16.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗସବୁ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ

ସବୁ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର:କରୋନା କାଳରେ ବିଧାନସଭା ଅଧିବେସନ ପରିଚାଳନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବିଧାନସଭା ଅଧିବେଶନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଯେ, ବିଧାନସଭା ବସିବାର ୨ ଦିନ ଆଗରୁ ଆୟୋଜିତ କ୍ୟାମ୍ପରେ ସ୍ୱାବ ଟେଷ୍ଟ କରାଯିବ । ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ଯେଉଁ ବିଧାୟକମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ, ସେମାନେ ବିଧାନସଭା ଯିବେ । ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯିବ ଟେଷ୍ଟ ।ଏହା ସହ ବିଧାନସଭାରେ ସାମାଜିକ ଦୂରତା ଓ ମାସ୍କ ମାଧ୍ୟତାମୂଳକ ବୋଲି ବାଚସ୍ପତି କହିଛନ୍ତି ।

ବିଧାନସଭାରେ ସ୍ୱତନ୍ତ୍ର କାଉଣ୍ଟର ହୋଇ ଆରଟି ପିସିଆର ଟେଷ୍ଟ କରାଯିବ । ବିଧାନସଭା ଅଧିବେସନର ୫ ଦିନ ପରେ ପୁଣି ଥରେ ବିଧାୟକଙ୍କର ରାପିଡ଼ ଟେଷ୍ଟ କରାଯିବ ।ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ ।ଏନେଇ ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।୬୦ ବର୍ଷରୁ ଉର୍ଦ୍ଧ୍ୱ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ଆସନର ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking