ନୂଆଦିଲ୍ଲୀ: ଆଇପିଏଲର ୧୫ ତମ ସିଜନରେ କରୋନା କହର ପୁଣି ଦେଖିବାକୁ ମିଳିଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଦଳର ଫିଜିଓଙ୍କ ପରେ ପୁରି ଅନ୍ୟ ଜଣେ ଖେଳାଳିଙ୍କ କରୋନା ରିପୋର୍ଟ ପିଜିଟିଭ୍ ଆସିଛି । ଏହା ପରେ ଦିଲ୍ଲୀ ଦଳକୁ ପୁଣେ ଯିବା ଉପରେ ରହିତାଦେଶ ଜାରି କରାଯାଇଛି । ଏବେ ପୁରା ଟିମ୍ ମୁମ୍ବାଇରେ ରହିଛି । ତାଙ୍କର ପରବର୍ତ୍ତୀ ମ୍ୟାଚ୍ ଏପ୍ରିଲ୍ ୨୦ ରେ ପୁଣେର ପଞ୍ଜାବ କିଙ୍ଗ୍ସ ସହିତ ଖେଳାଯିବ ।
ଅପରପକ୍ଷେ ଦିଲ୍ଲୀରେ ଏବେ କରୋନା ସ୍ଥିତି ଧିରେ ଧିରେ ବଢ଼ୁଥିବା ବେଳେ ଏହାକୁ ନେଇ ଦିଲ୍ଲୀ ସରକାର ଗୋଟିଏ ପରେ ଗୋଟିଏ ସ୍କୁଲ୍କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏପ୍ରିଲ୍ରୁ ପହିଲାରୁ ଦିଲ୍ଲୀରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବା ଜଣାପଡ଼ିବା ପରେ କେଜରିୱାଲ୍ ସରକାର ଏହି ନିଷ୍ପତ୍ତି ନେଉଛନ୍ତି । ତେବେ ନୋଇଡାରେ ଗୋଟିଏ ପ୍ରଥମେ ଗୋଟିଏ ସ୍କୁଲ୍ର ୮ ପିଲାଙ୍କ ସମେତ କିଛି ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ପରେ ପରେ ଗୋଟିଏ ପରେ ଗୋଟିଏ ସ୍କୁଲ୍ରୁ ରିପୋର୍ଟ ପଜିଟିଭ୍ ରିପୋର୍ଟ ଆସିଥିଲା । ସ୍କୁଲ୍ ପିଲାଙ୍କ ପରେ ଏବେ ସାଧାରଣ ଜନତାଙ୍କ ମଧ୍ୟରେ କୋଭିଡ୍ ବ୍ୟାପୁଥିବା ପରିଲକ୍ଷିତ ହୋଇଛି ।
ଆଇପିଏଲରେ ପଶିଲା କରୋନା, ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ କରୋନା ପଜିଟିଭ ଚିହ୍ନଟ