17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶ୪୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ

୪୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ର ଦ୍ୱିତୀୟ ଲହର ଏବେ ମଧ୍ୟ ବଳବତ୍ତର ରହିଛି ଏବଂ ଏଥିପ୍ରତି ସତର୍କ ରହିବାକୁ ପଡିବ ବୋଲି ନିତି ଆୟୋଗ ସଦସ୍ୟ ତଥା କୋଭିଡ୍ ଟାସ୍କ୍ ଫୋର୍ସ ମୁଖ୍ୟ ଡ. ଭି.କେ.ପଲ୍ ଚେତାବନୀ ଦେଇଛନ୍ତି । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୪୧,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁନଶ୍ଚ ଏହି ସମୟରେ ୮୯୫ ଜଣ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି । ତେଣୁ ସାମାନ୍ୟ ଅବହେଳା ପ୍ରଦର୍ଶନ କଲେ, ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ସେ କହିଛନ୍ତି । କେତେକ ରାଜ୍ୟରେ କଟକଣା କୋହଳ ହେବାପରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି । ଏହାକୁ ନେଇ ଡ. ପଲ୍ ଚିନ୍ତବ୍ୟକ୍ତ କରିଛନ୍ତି । ଜୀବନ ଓ ଜୀବିକା ମଧ୍ୟରେ ବାଲାନ୍ସ ରକ୍ଷା କରିବା ଜରୁରୀ, କିନ୍ତୁ କଟକଣାକୁ ଅଣଦେଖା କରି ଜୀବନକୁ ବିପନ୍ନ କରିବା ମୁର୍ଖାମୀ ବୋଲି ସେ କହିଛନ୍ତି । ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୮ଜାର ୪୦କୁ ବୃଦ୍ଧି ।୨,୯୯,୭୫,୬୪ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୫୫,୦୩୩ରେ ପହଞ୍ଚିଛି । ଏହି ପ୍ରସଙ୍ଗରେ କେରଳ ସର୍ବାଗ୍ରେ ରହିଛି । ହେଲେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟାରେ ସର୍ବାଗ୍ରେ ରହିଛି ।

ବିଗତ ୨୪ ଘଣ୍ଟାରେ ସେଠାରେ ୧୩,୫୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମାମଲାରେ ମହାରାଷ୍ଟ୍ରକୁ ଟପିଯାଇଛି କେରଳ । ଇତିମଧ୍ୟରେ ପ୍ରାୟ ୪୩ କୋଟି ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୩୬ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ନିକଟରେ ୧.୭୩ କୋଟିରୁ ଊର୍ଦ୍ଧ୍ୱ ଟିକା ଗଚ୍ଛିତ ରହିଥିବା ସେ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ୪୨,୭୬୬ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୯୫,୭୧୬କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ୨,୯୯,୩୩,୫୩୮ ଜଣ ସୁସ୍ଥ ହୋଇସାରିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୫୫,୦୩୩ରେ ପହଞ୍ଚିଛି । ପୁନଶ୍ଚ ୨୪ ଘଣ୍ଟାରେ ୧୨୦୬ ଜଣ କୋଭିଡ୍‌ରେ ପ୍ରାଣ ହରାଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୪,୦୭,୧୪୫କୁ ବୃଦ୍ଧି ପାଇଛି ।

ତ୍ରିପୁରାରରେ ସଂକ୍ରଣ ବୃଦ୍ଧି ପାଇବାରୁ କୋଭିଡ୍ କଟକଣା ସହ ସପ୍ତାହାନ୍ତ କର୍ଫ୍ୟୂ ଲାଗୁ କରାଯାଇଛି । ଶନିବାର ୧୨ଟାରୁ ସୋମବାର ସକାଳ ୬ପର୍ଯ୍ୟନ୍ତ ଜାରି ରହିବ । ତ୍ରିପୁରାରେ ୧୫୧ ଆର୍‌ଟିପିସିଆର୍ ନମୁନାକୁ ଜିପୋମ ସେିକ୍ୱେନ୍ୱିଙ୍ଗ ନିମାନ୍ତ ପଶ୍ଚିମବଙ୍ଗ ପଠାଯାଇଥିଲା। ତନ୍ମଧ୍ୟରୁ ୯୦ରୁ ଅଧିକରେ ଡେଲାଟା ଭାରିଆଣ୍ଟ ମିଳିଛି । କୋଭିଡଥ ନୋଡାଲ ଅଅଧିକାରୀ ଡ. ଦେବୋରାମ ଏହି ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରୁ କଟକଣା କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି କହିଛନ୍ତି, ନୈଅନିତାଲ ଓ ଡେରାଡୁନ୍‌ର ହୋଟେଲ୍ ଗୁଡ଼ିକ ସର୍ବାଧିକ ୫୦% କ୍ଷମତାରେ କାରବାର କରହିବ । ଯେଉଁ ଲୋକମାନେ ମାସ୍କ ନ ପିନ୍ଧିବେ, ସେମାନଙ୍କର ଚାଲଣା କଟାଯିବ । କେରଳରେ ଦିନକରେ ୧୪ହଜାର ୮୭ ନୂଆ ଆକ୍ରାନ୍ତ ମାମଲା ସମ୍ନାକୁ ଆସିଛି । ସେଥିମଧ୍ୟରୁ ୧୦୯ ଜଣଙ୍କ ମୃତ୍ୟୁ ଘଟିଛି । ଏଠାରେ ଦୈନିକ ପଜିଟିଭ୍ ହାର ୧୦.୪% ରହିଛି ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ୮ହଜାର ୨୯୬  ଚିହ୍ନଟ ହୋଇଥିବାବେଳେ , ୧୦ ୪୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଠାରେ ୨୪ ଘଣ୍ଟାରେ ୪୯୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧.୨୫ ଲକ୍ଷରେ ପହଁଞ୍ଚିଛି । ଦିଲ୍ଲୀରେ ମୋଟ୍ ୮୧ ବପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରେ ଦିନକରେ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀର ତୃତୀୟ ଲହର କେରଳରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । କେରଳରେ କୋଭିଡ୍ ମୃତ୍ୟୁ ପଞ୍ଜିକରଣ ଅତିମାତ୍ରାରେ ବଢ଼ିଚାଲିଛି । ମାସକରେ ୪୦୪ କୋଭିଡ୍ ମୃତ୍ୟୁରୁ ଅଚାନକ୍ ୧୦ହଜାରରୁ ଅଧିକ ମୃ୍‌ତ୍ୟୁ ପଞ୍ଜୀକରଣ ହୋଇଥିବା ଦେଖିବାକୁ ମିଳିଛି । କୋଭିଡ୍ ମୃତ୍ୟୁ ଆକ୍ରାନ୍ତ ଆର୍‌ଟିଆଇ ତଥ୍ୟକୁ ଏହାକୁ ଜଣାପଡ଼ିଛି । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ଏହି ସମୟରେ ଯଥାକ୍ରମେ ୬୮୭ ଏବଂ ୩, ୫୦୭ କରୋନା ମୃତ୍ୟୁ ହୋଇଛି ।

ସେହିପରି ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛିି । ଓଡ଼ିଶାରେ ବର୍ତ୍ତମାନ ପ୍ରତି ଶହେ ଜଣରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତଥାପି ରାଜ୍ୟରେ ଏବେ ବି ୪ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି । କଟକରେ ସର୍ବାଧିକ ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର) ୭.୪% ରହିଛି । ଏହାବ୍ୟତୀତ ନୟାଗଡ଼ରେ ୬.୬%, ଯାଜପୁରରେ ୫.୩% ଓ କେନ୍ଦ୍ରାପଡ଼ାରେ ୫.୯% ରହିଛି । ରାଜ୍ୟର ଅନ୍ୟ ୨୬ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫% ତଳେ ରହିଛି । ତେବେ ରାଜ୍ୟରେ ଏକଦା ଚିନ୍ତା ବଢ଼ାଇଥିବା ୫ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ଖୋର୍ଦ୍ଧାରେ ଟିପିଆର ୩.୧%, ବାଲେଶ୍ୱରରେ ୪.୬, ମୟୂରଭଞ୍ଜରେ ୪.୩%, ପୁରୀରେ ୨.୫% ଓ ଭଦ୍ରକରେ ୪.୫% ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପଟେ ଅନ୍ୟ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ନେଇ ଚିନ୍ତାପ୍ରକଟ କରିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟର ସଂକ୍ରମଣ ଯେପରି ରାଜ୍ୟ ଭିତରେ ପ୍ରବେଶ ନକରିବ, ସେଥିଲାଗି ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୨୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୩୧୫ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୯୬୭ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ୯ତାରିଖରେ ୨୩୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସେହିପରି ମୃତ୍ୟୁ ସଂଖ୍ୟା ଆଜି ବୃଦ୍ଧି ପାଇଛି । ୬୫ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଗତକାଲି ୫୮ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ସଂଖ୍ୟା ମଧ୍ୟରୁ ଅନୁଗୁଳ -୬୧, ବାଲେଶ୍ୱର-୧୪୬, ବରଗଡ଼- ୧୭, ଭଦ୍ରକ- ୭୧, ବଲାଙ୍ଗୀର- ୯, ବୌଦ୍ଧ-୧୦, କଟକ-୨୮୯, ଦେବଗଡ଼-୬, ଢ଼େଙ୍କାନାଳ – ୫୫, ଗଜପତି-୮, , ଗଞ୍ଜାମ-୧୭, ଜଗତସିଂହପୁର – ୭୩, ଯାଜପୁର – ୧୧୧, ଝାରସୁଗୁଡ଼ା – ୧୧, କଳାହାଣ୍ଡି – ୧୨, କନ୍ଧମାଳ – ୨୦, କେନ୍ଦ୍ରାପଡ଼ା – ୬୨, କେନ୍ଦୁଝର୫୧, ଖୋର୍ଦ୍ଧା – ୫୯୨, କୋରାପୁଟ – ୪୦, ମାଲକାନଗିରି – ୩୨, ମୟୁରଭଞ୍ଜ – ୧୪୧, ନୟାଗଡ଼ – ୮୩, ନୂଆପଡ଼ା -୨, ପୁରୀ – ୧୨୭, ରାୟଗଡ଼ା – ୧୫, ସମ୍ବଲପୁର – ୧୮, ସୋନପୁର – -୭, ସୁନ୍ଦରଗଡ଼ – ୬୭, ଷ୍ଟେଟ୍‌ପୁଲ-୧୧୭ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୯୩,୯୭୫୩ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି ୯୦,୬୯୩୯ ।

ଓଡ଼ିଶାରେ ଆଜି ସର୍ବାଧିକ ୬୫ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଖୋର୍ଦ୍ଧା-୧୪, ପୁରୀ, କେନ୍ଦୁଝର ଓ ବରଗଡ଼ରୁ ୬ଜଣ ଲେଖାଏଁ, ଅନୁଗୁଳ, ମୟୁରଭଞ୍ଜ ୫, ନୟାଗଡ଼ରୁ ୪, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ୩ ଲେଖାଏଁ । ବାଲେଶ୍ୱର, ବଲାଙ୍ଗୀର ବୌଦ୍ଧ, କଟକ, ଜଣେ । ଢ଼େଙ୍କାନାଳ, ଜଗତସିଂପୁର, ଝାରସୁଗୁଡ଼ା, କଳହାଣ୍ଡି କନ୍ଧମାଳ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏ ନେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ହଜାର ୫୯୯ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking