21.1 C
Bhubaneswar
Sunday, November 24, 2024
Homeଓଡିଶାରାଜ୍ୟରେ ଆଉ ୫୯୧ କରୋନା ପଜିଟିଭ ଚିହ୍ନଟ : ମୋଟ ସଂଖ୍ୟା ୧୬୭୦୧କୁ ବୃଦ୍ଧି

ରାଜ୍ୟରେ ଆଉ ୫୯୧ କରୋନା ପଜିଟିଭ ଚିହ୍ନଟ : ମୋଟ ସଂଖ୍ୟା ୧୬୭୦୧କୁ ବୃଦ୍ଧି

ଭୁବନେଶ୍ୱର : ଆଜି ରାଜ୍ୟରେ ପୁଣି ଆଉ ୫୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ର୍ରରୁ ଓ ଅନ୍ୟ ୧୯୭ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୨୫ଟି ଜିଲ୍ଲାରୁ ଆସିଛି ବୋଲି ସୂଚନା ମିଳିଛି । ଏବେ ରାଜ୍ୟରେ ୧୬୭୦୧ଟି ମୋଟ ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୫୨୫୯ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୨୧ ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ୩୮ଜଣ, ବରଗଡ଼ରୁ ୩୫ଜଣ ,ଜଗତସିଂହପୁର, ନବରଙ୍ଗପୁର ଓ ମୟୁରଭଞ୍ଜରୁ ୨୨ ଜଣ ଲେଖାଏଁ, ଯାଜପୁରରୁ ୧୯ ଜଣ , ସୁନ୍ଦରଗଡ଼ରୁ ୧୮ଜଣ , ସମ୍ବଲପୁରରୁ ୨୦ ଜଣ , ବାଲେଶ୍ୱରରୁ ୧୩ ଜଶ , ନୟାଗଡ଼ରୁ ୧୧ଜଣ, ଢେଙ୍କାନାଳ ଓ ବଲାଙ୍ଗୀରରୁ ୯ଜଣ ଲେଖାଏଁ ,କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ରୁ ୮ଜଣ ଲେଖାଏଁ, କେନ୍ଦୁଝର ଓ ପୁରୀରୁ ୬ଜଣ ଲେଖାଏଁ, ଝାରସୁଗୁଡ଼ା ଓ ବୌଦ୍ଧରୁ ୫ଜଣ ଲେଖାଏଁ, କୋରାପୁଟରୁ ୪ଜଣ ,ଦେବଗଡ଼ ଓ ଭଦ୍ରକରୁ ୩ ଜଣ ଲେଖାଏଁ , ଅନୁଗୁଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏବେ ରାଜ୍ୟରେ ୧୬୭୦୧ଟି ମୋଟ ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୮୬ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଅନ୍ୟ ୫୨୫୯ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking