କେନ୍ଦ୍ରାପଡା: ମହାମାରୀ କରୋନାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏବେ କେନ୍ଦ୍ରପଡା ଜିଲ୍ଲାରେ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତାକାଲିଠାରୁ ଏହି ନିୟମ କଡାକଡି ଭାବେ ପାଳନ ହେବ ବୋଲି ସୂଚନା ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ମୁହଁରେ ମାସ୍କ ନ ପିନ୍ଧି ବାହାରକୁ ବାହାରନ୍ତି, ତେବେ ତାଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଯିବ ବୋଲି କଡା ଚେତାବନୀ ଦିଆଯାଇଛି । ଏହାଛଡା ସଉଦା ଆଣିବା ପାଇଁ ବାଇକ କିମ୍ବା କାର୍ ନେଇ ଗଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
https://onakhabar.com/2020/04/06/pm-addresses-on-the-occasion-of-bjp-40th-foundation-day/