20.1 C
Bhubaneswar
Thursday, November 21, 2024
Homeଦେଶ ବିଦେଶକୋର୍ଟରେ ଆଉ ବ୍ୟବହାର ହେବନାହିଁ ମହିଳାଙ୍କ ପ୍ରତି ଅପମାନସୂଚକ ଶବ୍ଦ: ସୁପ୍ରିମ୍‌କୋର୍ଟ

କୋର୍ଟରେ ଆଉ ବ୍ୟବହାର ହେବନାହିଁ ମହିଳାଙ୍କ ପ୍ରତି ଅପମାନସୂଚକ ଶବ୍ଦ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଭାରତର ନ୍ୟାୟପାଳିକାରେ ମହିଳାଙ୍କ ସମ୍ମାନ ପାଇଁ ସୁପ୍ରିମକୋର୍ଟ ଆଣିଛନ୍ତି ନୂଆ ଶବ୍ଦକୋଷ । ଅଦାଲତର ଶୁଣାଣି ଏବଂ କାର୍ଯ୍ୟରେ ମହିଳାଙ୍କ ପ୍ରତି ଅସମ୍ମାନସୂଚକ ଶବ୍ଦ ଆଉ ବ୍ୟବହାର କରାଯିବ ନାହିଁ । ଅଦାଲତ କାର୍ଯ୍ୟରେ ମାମଲାର ଶୁଣାଣି ସମୟରେ ବ୍ୟବହାର ହେଉଥିବା ଏ ସମସ୍ତ ଶବ୍ଦକୁ ନିଷେଧ କରିଛନ୍ତି ସୁପ୍ରିମକୋର୍ଟ । ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ପରିସରରେ ମହିଳା ଦିବସ ପାଳନ ଅବସରରେ ପ୍ରତ୍ୟେକ କୋର୍ଟରେ ମହିଳାଙ୍କ ପ୍ରତି ବ୍ୟବହୃତ ଅସମ୍ମାନସୂଚକ ଶବ୍ଦକୁ ବାଦ୍ ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଗୁରୁତ୍ୱ ଦେଇଥିଲେ । ଏହାପରେ ପ୍ରଧାନ ବିଚାରପତି କଲିକତା ହାଇକୋର୍ଟ ଜଷ୍ଟିସ ମୌସୁମୀ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ମହିଳା ବିଚାରପତିମାନଙ୍କୁ ନେଇ ଏକ କମିଟି ଗଠନ କରିଥିଲେ । କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରଭା ଶ୍ରୀଦେବନ, ଜଷ୍ଟିସ ଗୀତା ମିତ୍ତଲ ଓ ପ୍ରଫେସର ଝୁମା ସେନ ସାମିଲ ଥିଲେ ।

ଏହି କମିଟି ମହିଳାଙ୍କ କ୍ଷେତ୍ରରେ କେଉଁ ପ୍ରକାରର ଶବ୍ଦ ବ୍ୟବହାର କରାଯିବ, ସେ ନେଇ ଏହି ହ୍ୟାଣ୍ଡବୁକ ପ୍ରସ୍ତୁତ କରିଛନ୍ତି । ଏଣିକି ମହିଳାଙ୍କ ଉଦ୍ଦେଶ୍ୟରେ ଶବ୍ଦ ବ୍ୟବହାର ବେଳେ ଆଫେୟାର ବଦଳରେ ବିବାହ ବର୍ହିଭୁତ ସମ୍ପର୍କ, ବାରଙ୍ଗନା ବଦଳରେ ଯୌନକର୍ମୀ, ଅବିବାହିତ ମା’ ବଦଳରେ କେବଳ ମା’, ଗୁଡ୍ ୱାଇଫ୍ ବଦଳରେ କେବଳ ସ୍ତ୍ରୀ, ରକ୍ଷିତା ବଦଳରେ ବିବାହ ବାହାରେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ମହିଳା ବୋଲି ବ୍ୟବହାର କରିବାକୁ ହ୍ୟାଣ୍ଡବୁକରେ ଉଲ୍ଲେଖ କରାଯାଇଛି । ସେହିପରି ଜବରଦସ୍ତ ଦୁଷ୍କର୍ମ ବଦଳରେ କେବଳ ଦୁଷ୍କର୍ମ, ହାଉସ୍ ୱାଇଫ୍ ବଦଳରେ ହୋମ୍ ମେକର ଶବ୍ଦ ବ୍ୟବହାର କରାଯିବ । ବେଶ୍ୟା ଶବ୍ଦରୁ ମଧ୍ୟ ଦୂରେଇ ରହିବାକୁ କୁହାଯାଇଛି । ଏହା ଜାଗାରେ କେବଳ ମହିଳା ଶବ୍ଦ ବ୍ୟବହାର କରିବାକୁ ହ୍ୟାଣ୍ଡ୍‌?ବୁକରେ ଉଲ୍ଲେଖ କରାଯାଇଛି । ଏହି ଶବ୍ଦକୋଷରେ ପ୍ରଦତ୍ତ ଶବ୍ଦ ଓ ବାକ୍ୟକୁ କୋର୍ଟଙ୍କ ଦସ୍ତାବିଜ, ଆଦେଶନାମା ଓ କୌଣସି କପି ତିଆରି ବେଳେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଉଭୟ ଆଇନଜୀବୀ ଓ ବିଚାରପତି ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking