27.1 C
Bhubaneswar
Sunday, August 16, 2026
Homeଓଡିଶାବନ୍ଦ ଘରୁ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର

ବନ୍ଦ ଘରୁ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର କୁନ୍ଦେଇ ଥାନା ଅନ୍ତର୍ଗତ ଆମାପାରା ଗ୍ରାମଠାରେ ଏକ ବନ୍ଦ ଘରରୁ ଦମ୍ପତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତକ ଦୁହେଁ ହେଲେ ଦୁର୍ଜନ ଗଣ୍ଡ  ଓ ପତ୍ନୀ ବିଜବାଇ ଗଣ୍ଡ   l ଏହି ଦମ୍ପତି ଗତ ଶନିବାର ଠାରୁ ନିଖୋଜ ଥିଲେ। ଦୁର୍ଜନଙ୍କ ମା ନିଖୋଜ ଥିବା ନେଇ କୁନ୍ଦେଇ ଥାନାରେ ପୂର୍ବରୁ ଏକ ନିଖୋଜ ମାମଲା ମଧ୍ୟ ଦାଏର କରିଥିଲେ। ଆଜି ସକାଳୁ ଦୁର୍ଗନ୍ଧ ହେବା ଯୋଗୁଁ ଗ୍ରାମବାସୀ କୁନ୍ଦେଇ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ କରୁଛନ୍ତି। ମୁତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁଇଟି ଶବ ବେକରେ ଗାମୁଛା ରହିଥିବା ଵେଳେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking