14.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗ୨୪ଘଣ୍ଟାରେ ୯୦,୮୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୧୬ଜଣଙ୍କ ମୃତ୍ୟୁ

୨୪ଘଣ୍ଟାରେ ୯୦,୮୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୧୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ :ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୭୧ ହଜାର ୬୪୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦,୮୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୪କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ୮ ଲକ୍ଷ ୮୨ ହଜାର ୫୪୨ ଜଣ ଚିକିତ୍ସିତ ହେଉଥିବା ବେଳେ ୩୨ ଲକ୍ଷ ୫୦ ହଜାର ୪୨୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ପହଂଚିଛି । କରୋନା ଆକ୍ରାନ୍ତ ତାଲିକାରେ ଭାରତ ଉପରେ ଏବେ କେବଳ ଆମେରିକା ରହିଛି । ପୂର୍ବରୁ ଭାରତ ସକ୍ରିୟ ସଂକ୍ରମିତ ତାଲିକାରେ ବିଶ୍ୱର ଦ୍ୱିତୀୟ ଥିବା ବେଳେ ଏବେ ପଜିଟିଭ ମାମଲାରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ପହଂଚିଛି । ବ୍ରାଜିଲରେ ଏବେ ମୋଟ୍ ୪୧ ଲକ୍ଷ ୩୭ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଲକ୍ଷ ୯୩ ହଜାର ସକ୍ରିୟ ସଂକ୍ରମିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking