ଭୁବନେଶ୍ୱର: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି ।ଏଥିରୁ ବର୍ତ୍ତିବା ପାଇଁ ବିଶ୍ୱ ସ୍ଵାସ୍ଥ ସଂଗଠନ ମଧ୍ୟ ଚିନ୍ତାରେ । ଓଡ଼ିଶାରୁ ଯାଂଚ ପାଇଁ ପଠାଯାଇଥିବା ୪ଜଣଙ୍କ ରକ୍ତ ନମୁନା ନେଗେଟିଭ ଥିବା ସ୍ପଷ୍ଟ ହୋଇଛି । ଆଗକୁ କୈାଣସି ବ୍ୟକ୍ତିଙ୍କୁ କରୋନା ଭାଇରସର କିଛି ଲକ୍ଷଣ ନଜରକୁ ଆସିଲେ ଜଣାଇବାକୁ ଅନୁରୋଧ କରାଯାଇଛି । ଏନେଇ ଡିଏମଇଟି ଡା. ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
କରୋନା ଆକ୍ରାନ୍ତ ସନ୍ଦେହରେ ଭୁବନେଶ୍ୱରରୁ ୫ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ପୁନେ ପଠାଯାଇଥିଲା । ତେବେ ୫ଜଣଙ୍କ ମଧ୍ୟରୁ ୪ଜଣଙ୍କ ଏହି ସାମ୍ପଲ ରିପୋର୍ଟ ଆସିଛି । ୪ଜଣଙ୍କ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି । ଥଣ୍ଡା, କାଶ ଛାଡ଼ୁ ନଥିବା କାରଣରୁ କରୋନା ଭାଇରସ ସନ୍ଦେହରେ ଏହି ରକ୍ତ ନମୁନା ସବୁ ପଠାଯାଇଥିଲା ।ଯଦି ଏପରି କିଛି ଲକ୍ଷଣ ଜଣାପଡୁଛି ତେବେ ତୁରନ୍ତ ଜଣାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
https://onakhabar.com/2020/02/02/coronavairus-2/