28.1 C
Bhubaneswar
Sunday, October 6, 2024
Homeକରୋନାହୁ’ର ଚେତାବନୀ: କରୋନାର ନୂଆ ଲହର ପାଇଁ ସତର୍କ ରୁହନ୍ତୁ

ହୁ’ର ଚେତାବନୀ: କରୋନାର ନୂଆ ଲହର ପାଇଁ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ ହୋଇସାରିଛି । କିଛି ମାସ ପୂର୍ବରୁ ଯେଉଁ ସ୍ଥିତି ନିୟନ୍ତ୍ରିତ ଥିଲା, ଏହା ପୁଣି ଥରେ ଅନିୟନ୍ତ୍ରିତ ହେବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ପରିବର୍ତ୍ତିତ ଟ୍ରେଣ୍ଡ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ନୂଆ ଲହର ନେଇ ସତର୍କ ରହିବାକୁ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଏବେ କରୋନାର ନୂଆ ଲହର ପାଇଁ ପ୍ରସ୍ତୁତ ରହିବା ଦରକାର। ଯେଉଁ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି, ଏହାର ପ୍ରାରୂପ ଅଲଗା । ଏହି ଭାରିଆଣ୍ଟ ଖୁବ ଶୀଘ୍ର ବ୍ୟାପୁଛି । ସଂକ୍ରମିତଙ୍କ ସଂଖ୍ୟା ଯେମିତି ବଢ଼ିବ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ସେହି ହିସାବରେ ଆଡମିଶନ ହେବ ।

ତେଣୁ କରୋନାର ଏହି ରୂପ ପାଇଁ ପ୍ରତ୍ୟେକ ଦେଶ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଦରକାର । ସୌମ୍ୟା ସ୍ୱାମୀନାଥନଏହି ଟୁଇଟ ବିଶ୍ୱ ବ୍ୟାଙ୍କର ପରାମର୍ଶଦାତା ଫିଲିପ ଶେଲକନେଶଙ୍କ ଟୁଇଟ୍ ଉପରେ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ, ବିଶ୍ୱରେ ପୁଣି ଥରେ ସ୍ଥିତି ଦ୍ରୁତଗତିରେ ବଦଳିବାରେ ଲାଗିଛି । କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ମୃତ୍ୟୁ ହାର ମଧ୍ୟ ପୂର୍ବ ତୁଳନାରେ ବଢ଼ିବାରେ ଲାଗିଛି । ସୂଚନାଯୋଗ୍ୟ, ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୭ ଲକ୍ଷ ୫୭ ହଜାର ୬୭୮ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୫୧୬ ହୋଇଛି । ଏହି ସମୟ ମଧ୍ୟରେ ୬ ଲକ୍ଷ ୬୯ ହଜାର ୪୧ ଜଣ ସୁସ୍ଥ ହୋଇଥିଲା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୨ ଲକ୍ଷ ୩୩ ହଜାର ୧୩୦ । କରୋନା ଯେଗୁଁ ବିଶ୍ୱରେ ଏପର୍ଯ୍ୟନ୍ତ ମୋଟ ୬୩ ଲକ୍ଷ ୮୫ ହଜାର ୫୫୯ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking