19.1 C
Bhubaneswar
Friday, November 22, 2024
Homeକରୋନାଦେଶରେ ୩୪ କୋଟି ଟପିଲା ଟିକାକରଣ

ଦେଶରେ ୩୪ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ : ଦେଶରେ କରୋନା ପ୍ରତିଷେଧକ ଟିକାକରଣ ଅଭିଯାନ ଜୋର ଧରିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶରେ ମୋଟ୍‌ ୩୪.୪୧ କୋଟି ଲୋକ ଟିକା ନେଇଛନ୍ତି। ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୨୦ ଲକ୍ଷ ୮ ହଜାର ୨୧୭ ଜଣ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୯୭ ହଜାର ୪୫୮ ଜଣ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାଦିନ ଠାରୁ ଏ ପର୍ଯ୍ୟନ୍ତ ୧୮ରୁ୪୪ ବର୍ଷ ମଧ୍ୟରେ ମୋଟ୍‌ ୯ କୋଟି ୬୧ ଲକ୍ଷ ୮୯ ହଜାର ୯୪୦ ଜଣ ପ୍ରଥମ ଡୋଜ୍‌ ଟିକା ନେଇଥିବା ବେଳେ ୨୩ ଲକ୍ଷ ୭୩ ହଜାର ୫୦୭ ଜଣ ଦ୍ବିତୀୟ ଡୋଜ୍‌‌ ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ବିହାର, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଡୋଜ୍‌ ଦିଆଯାଇଛି ଏବଂ ଆନ୍ଧ୍ରପ୍ର‌ଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହରିୟାଣା, ଝାଡ଼ଖଣ୍ଡ, କେରଳ, ତେଲେଙ୍ଗାନା‌, ହିମାଚଳପ୍ରଦେଶ, ଓଡ଼ିଶା, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୧୮ରୁ ୪୪ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking