ନୂଆଦିଲ୍ଲୀ: ବିବାଦରେ ଫଶିବାରେ ଲାଗିଛନ୍ତି ଲୋକ ପ୍ରିୟ କଣ୍ଠଶିଳ୍ପୀ କନିକା କପୁର। ବିଦେଶରୁ ଫେରିବା ପରେ ମଧ୍ୟ ନିଜ ଟ୍ରାଭେଲ୍ ଇତିହାସ ଲୁଚାଇ ୧୦୦ ଜଣରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ପାର୍ଟି କରିଥିବାରୁ ଏହି କଣ୍ଠଶିଳ୍ପୀଙ୍କ ନାମରେ ଏଫ୍ଆଇଆର ହୋଇଛି।ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଏଫ୍ଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସୁରକ୍ଷା ପ୍ରଟୋକଲ୍ ଅନୁସରଣ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା।
ଲଣ୍ଡନ୍ରୁ ଫେରିବା ପରେ ତାଙ୍କଠାରେ ଫ୍ଲୁ ପରି ଲକ୍ଷଣ ଦେଖାଯାଇଥିଲେ ମଧ୍ୟ ସେ ଲକ୍ଷ୍ନୌଠାରେ ପାର୍ଟି ଆଟେଣ୍ଡ କରିଥିଲେ। ସେ ୩ଟି ପାର୍ଟିରେ ଯୋଗ ଦେଇଥିବା ତାଙ୍କ ବାପା କହୁଛନ୍ତି ହେଲେ କନିକା କହୁଛନ୍ତି ସେ ଗୋଟିଏ ଛୋଟ ପାର୍ଟିରେ ଯୋଗ ଦେଇଥିଲେ। ଏହି ପାର୍ଟିରେ ରାଜସ୍ଥାନ ସାଂସଦ ଦୁଷ୍ୟନ୍ତ ସିଂହ, ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଆଦି ଯୋଗ ଦେଇଥିଲେ। ଦେଶରେ କରୋନା ବ୍ୟାପିବା ଭଳି ସମ୍ବେଦନଶୀଳ ସମୟରେ ଏଭଳି ବେଖାତିର କାରଣରୁ କନିକାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।
https://onakhabar.com/2020/03/21/corona-updates-19/