24.1 C
Bhubaneswar
Monday, November 11, 2024
Homeଓଡିଶାରାଜ୍ୟରେ ଆଜି ବି ୧ ହଜାର ତଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଆଜି ବି ୧ ହଜାର ତଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ବି ୧ ହଜାର ତଳେ ରହିଛି କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୩୭୦ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୬୯ ପଜିଟିଭ୍ । ସମ୍ବଲପୁରରୁ ସର୍ବାଧିକ ୧୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୪, ବାଲେଶ୍ୱର ୩୬, ବରଗଡ ୧୦, ଭଦ୍ରକ ୧୧, ବଲାଙ୍ଗିର ୧୩, ବୌଦ୍ଧ ୫, କଟକ ୪୦, ଦେବଗଡ ୧୫, ଢେଙ୍କାନାଳ ୧୦, ଗଜପତିରୁ ୨୩ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୬, ଜଗତସିଂହପୁର ୧୪, ଯାଜପୁର ୩୨, ଝାରସୁଗୁଡା ୨୦, କଳାହାଣ୍ଡି ୧୨, କନ୍ଧମାଳ ୨୫, କେନ୍ଦ୍ରାପଡା ୧୮, କେନ୍ଦୁଝରରେ ୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ଖୋର୍ଦ୍ଧାରୁ ୮୬, କୋରାପୁଟ ୬୬, ମାଲକାନଗିରି ୩, ମୟୂରଭଞ୍ଜ ୨୩, ନବରଙ୍ଗପୁର ୧୩, ନୟାଗଡ ୨୦, ନୂଆପଡା ୧୯, ପୁରୀ ୮, ରାୟଗଡା ୨୨, ସୋନପୁର ୨୫, ସୁନ୍ଦରଗଡ ୭୯ ଷ୍ଟେଟପୁଲରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧୬୩୯ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୬୩ ହଜାର ୧୦୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୮୦, ୭୮୪କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ୮ ହଜାର ୬୬୪ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଉ ୧୬ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking