21.1 C
Bhubaneswar
Monday, November 18, 2024
Homeଓଡିଶାରାଜ୍ୟରେ ବଢ଼ୁଛି ସଂକ୍ରମଣ : ଦିନକରେ ୬୮୦ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ....

ରାଜ୍ୟରେ ବଢ଼ୁଛି ସଂକ୍ରମଣ : ଦିନକରେ ୬୮୦ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

ଭୁବନେଶ୍ୱର: ତୃତୀୟ ଲହରରେ ସଂପ୍ରତି ପ୍ରତିଦିନ ଲମ୍ବା ଡିଆଁ ମାରୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ଅଧିକ ପ୍ରାୟ ୨୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ପୂର୍ବରୁ ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଥିସହିତ ରାଜ୍ୟରେ ପୁଣି କରୋନା ମହାମାରୀର ବିଭୀଷିକା ଆରମ୍ଭ ହୋଇଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୯୭ ଓ ସ୍ଥାନୀୟ ସଂକ୍ରମିତ ୨୮୩ ଜଣ ଅଛନ୍ତି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ଶିଶୁ ଓ କିଶୋର ୧୧୯ ଜଣ ରହିଛନ୍ତି । ବାଲେଶ୍ୱର ଜିଲାରେ ଜଣେ ୫୦ ବର୍ଷ ବୟସ୍କ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ଅନୁଗୁଳ ଜିଲାରୁ ୧, ବାଲେଶ୍ୱର ୩୪, ବରଗଡ ୧୪, ବଲାଙ୍ଗିର ୪, କଟକ ୫୯, ଦେବଗଡ ୯, ଢେଙ୍କାନାଳ ୧, ଗଜପତି ୪, ଗଞ୍ଜାମ ୧୨, ଜଗତସିଂହପୁର ୭ ଓ ଯାଜପୁରରୁ ୭ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଝାରସୁଗୁଡା ୨୫, କେନ୍ଦ୍ରାପଡା ୩, କେନ୍ଦୁଝର ୮, ଖୋର୍ଦ୍ଧା ୨୬୩, କୋରାପୁଟ ୯, ମୟୁରଭଞ୍ଜ ୮, ନବରଙ୍ଗପୁର ୧୩, ନୟାଗଡ ୪, ନୂଆପଡା ୧, ପୁରୀ ୧୫, ରାୟଗଡା ୧, ସମ୍ବଲପୁର ୪୨, ସୋନପୁର ୬, ସୁନ୍ଦରଗଡ ୬୯ ଏବଂ ଷ୍ଟେଟପୁଲରରୁ ୬୧ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୧୪୬ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନାରୁ ଏପର୍ଯ୍ୟନ୍ତ ୧୦୪୫୨୫୫ ଜଣ ସୁସ୍ଥ ହୋଇସାରିଛନ୍ତି । ସଂପ୍ରତି ୨୮୮୮ ସକ୍ରିୟ ସଂକ୍ରମିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking