20.1 C
Bhubaneswar
Monday, November 18, 2024
Homeକରୋନାବଢ଼ିଲା ଚିନ୍ତା : ଦେଶରେ ଦିନକରେ ୧୬,୭୬୪ ସଂକ୍ରମଣ ଚିହ୍ନଟ, ହଜାରେ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ...

ବଢ଼ିଲା ଚିନ୍ତା : ଦେଶରେ ଦିନକରେ ୧୬,୭୬୪ ସଂକ୍ରମଣ ଚିହ୍ନଟ, ହଜାରେ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ କରୋନା ସଂକ୍ରମଣ ଆଜି ୧୫ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଦେଶରେ ୨୨୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୮୦କୁ ବୃଦ୍ଧି ପାଇଛି । ଦେଶରେ ଆକ୍ଟିଭ୍ କେସ୍ ୯୧ ହଜାର ୩୬୧ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ,୪୨,୬୬,୩୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

ଅନ୍ୟପଟେ ଦେଶରେ ହଜାରେ ଟପିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩୭୪ ଜଣ ସୁସ୍ଥ ହୋଇସାରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୫୦ ଜଣ ଏହି ପ୍ରକରଣରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଥିବାବେଳେ ଦିଲ୍ଲୀରେ ୩୨୦ ଓ କେରଳରେ ୧୦୯ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୁଜରାଟ ୯୭, ରାଜସ୍ଥାନ ୬୯, ତେଲେଙ୍ଗାନା ୬୨ ଓ ତାମିଲନାଡୁରେ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି।

କର୍ଣ୍ଣାଟକ ୩୪, ଆନ୍ଧ୍ରପ୍ରଦେଶ ୧୬, ହରିଆଣା ୧୪, ଓଡ଼ିଶା ୧୪, ପଶ୍ଚିମବଙ୍ଗ ୧୧, ଉତ୍ତରାଖଣ୍ଡ ୪, ଚଣ୍ଡିଗଡ ଓ ଜମ୍ମୁ କାଶ୍ମୀର ପ୍ରତ୍ୟେକରେ ୩, ଆଣ୍ଡାମାନ ନିକୋବର ଓ ଉତ୍ତର ପ୍ରଦେଶରେ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗୋଆ, ହିମାଚଳପ୍ରଦେଶ, ଲଦାଖ, ମଣିପୁର, ପଞ୍ଜାବରେ ଓମିକ୍ରନ ପ୍ରକରଣରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking