30.1 C
Bhubaneswar
Saturday, October 5, 2024
Homeକରୋନାଦେଶରେ କମୁଛି କୋରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୪,୩୬୯ ସଂକ୍ରମିତ ଚିହ୍ନଟ

ଦେଶରେ କମୁଛି କୋରୋନା ସଂକ୍ରମଣ : ଗତ ୨୪ ଘଣ୍ଟାରେ ୪,୩୬୯ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ୫ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୪,୩୬୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୫,୨୨୧ ଥିଲା । ଦେଶରେ ସଂକ୍ରମଣ କମୁଥିବାବେଳେ, ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ୫,୧୭୮ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୩୯,୩୦,୪୧୭ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି ।

ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଇ ୫୦ ହଜାର ତଳକୁ ଖସିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୬,୩୪୭ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୧.୨୫% ରହିଛି ଏବଂ ସାପ୍ତାହିକ ପଜିଟିଭ ହାର ୧.୭୩%କୁ ହ୍ରାସ ପାଇଛି । ଏବେ ସୁଦ୍ଧା ଦେଶରେ ୮୮.୯୯ କୋଟିରୁ ଅଧିକ କୋରୋନା ଟେଷ୍ଟିଂ କରାଯାଇଛି । ଆଜି ପର୍ଯ୍ୟନ୍ତ ୫,୨୮,୧୮୫ ହଜାର କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି । ସାରା ଦେଶରେ ଆଜି ପର‌୍ୟ୍ୟନ୍ତ ୨୧୫ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୧,୬୭,୬୪୪ ଜଣଙ୍କୁ ଟିକା ଦିଆଯାଇଛି । ଏବେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଛି । ପ୍ରତିଦିନ ଦେଶରେ ୨୨ ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking