ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶବ୍ୟାପୀ ଯେମିତି ବଢୁଛି, ଆମ ରାଜ୍ୟରେ ବି ସେମିତି ବଢୁଛି । କେବେ କମିବ ଜଣାନାହିଁ, ଆଗକୁ ଆହୁରି କିଛି ଦିନ ଏଭଳି ବଢିବ । ହଠାତ ଆବଶ୍ୟକତା ପାଇଁ ମେଡିକାଲରେ ଯଥେଷ୍ଟ ବେଡ ଉପଲବ୍ଧ ଅଛି । ବିଦେଶରୁ ଯେଉଁମାନେ ଫେରୁଛନ୍ତି, ସେମାନଙ୍କ ଉପରେ ନଜର ରଖାଯାଇଛି । ଆଶଙ୍କା ମୁତାବକ ଏବେ ଶିଶୁଙ୍କ ସଂକ୍ରମଣ ୧୫ ପ୍ରତିଶତ ଅଛି ।
ସୂଚନାଯୋଗ୍ୟ , ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୮୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୫ ଜଣ, ବାଲେଶ୍ବର ଜିଲ୍ଲାରୁ ୧୪ ଜଣ, ବରଗଡ଼ରୁ ୪୮ ଜଣ, ଭଦ୍ରକରୁ ୧୮ ଜଣ, ବଲାଙ୍ଗୀରୁ ୩୫ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୩୧୦ ଜଣ, ଦେବଗଡ଼ରୁ ୨୦ ଜଣ, ଢେଙ୍କାନାଳରୁ ୫ ଜଣ, ଗଞ୍ଜାମରୁ ୪୨ଜଣ, ଗଜପତିରୁ ୧୫ ଜଣ, ଜଗତସିଂହପୁରରୁ ୧୭ ଜଣ, ଯାଜପୁରରୁ ୭୮ ଜଣ, ଝାରସୁଗୁଡ଼ାରୁ ୧୩୪ ଜଣ, କଳାହାଣ୍ଡିରୁ ୧୩ ଜଣ, କନ୍ଧମାଳରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୪୪ ଜଣ, ଖୋର୍ଦ୍ଧାରୁ ୧୨୨୩ ଜଣ, କୋରାପୁଟରୁ ୩୬ ଜଣ, ମୟୂରଭଞ୍ଜରୁ ୮୦ ଜଣ, ନବରଙ୍ଗପୁରରୁ ୨୩ ଜଣ, ନୟାଗଡ଼ରୁ ୨୩ ଜଣ, ପୁରୀରୁ ୧୦୦ ଜଣ, ରାୟଗଡ଼ାରୁ ୨୧ ଜଣ, ସମ୍ୱଲପୁରରୁ ୩୭୨ ଜଣ, ସୋନପୁରରୁ ୩୩ ଜଣ, ସୁନ୍ଦରଗଡ଼ରୁ ୫୮୨ ଜଣ ଓ ଷ୍ଟେଟ ପୁଲରୁ ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୬୬ ହଜାର ୧୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୫ ହଜାର ୯୭୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୧ ହଜାର ୬୬୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।