19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଦେଶରେ ବଢ଼ୁଛି କରୋନା ସଂକ୍ରମଣ; କେରଳରେ ନୂଆ ଭାରିଆଣ୍ଟ ଜେଏନ୍‌.୧ ଠାବ

ଦେଶରେ ବଢ଼ୁଛି କରୋନା ସଂକ୍ରମଣ; କେରଳରେ ନୂଆ ଭାରିଆଣ୍ଟ ଜେଏନ୍‌.୧ ଠାବ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭୂତାଣୁ ପୁଣି ଥରେ ସାରା ବିଶ୍ୱରେ ନିଜର ସଂକ୍ରମଣ ବିସ୍ତାର କରୁଛି । ଏଥିରୁ ଭାରତ ମଧ୍ୟ ବାଦ୍ ପଡିନାହିଁ । ଭାରତରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୩୩୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୭ଠ୧କୁ ବୃଦ୍ଧି ପାଇଛି । ଗୋଟିଏ ପଟେ କରୋନାର ଏପ୍ରକାର ସଂକ୍ରମଣ ବୃଦ୍ଧି ମଧ୍ୟରେ ଅନ୍ୟପକ୍ଷେ ଦେଶରେ ନୂଆ ସବ୍ ଭାରିଆଣ୍ଟ ଜେଏନ୍‌.୧ ଠାବ ହେବା ଆଉ ଏକ ବୃହତ୍ ଚିନ୍ତାର ବିଷୟ ପାଲଟିଛି । କରୋନାର ଏହି ନୂଆ ଭାରିଆଣ୍ଟ ଏବେ ସମଗ୍ର ବିଶ୍ୱରେ ଚିହ୍ନଟ ହେବାରେ ଲାଗିଛି । ଭାରତର କେରଳ ରାଜ୍ୟରେ ମଧ୍ୟ କରୋନାର ଏହି ନୂତନ ଭାରିଆଣ୍ଟ ଜେଏନ୍‌.୧ର ଲକ୍ଷଣ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବର୍ତ୍ତମାନ ସୁଦ୍ଧା ଏହି ନୂଆ ସବ୍ ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇ ଗୋଟିଏ ଦିନକରେ ୫ଜଣ ବ୍ୟକ୍ତି (କେରଳରେ ୪ଜଣ, ଉତ୍ତପ୍ରଦେଶରେ ଜଣେ) କରୋନାରେ ପ୍ରାଣ ହରାଇଛନ୍ତି । ତେବେ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମଣ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରାଯାଉଛି ଏବଂ ପଦକ୍ଷେପ ଗ୍ରହଣ କରାଯାଉଛି । ଅପରପକ୍ଷେ ଲୋକଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏସବୁ ମଧ୍ୟରେ କେରଳରେ କରୋନା ସଂକ୍ରମଣ ବୃଦ୍ଧି ତଥା ନୂଆ ସବ୍ ଭାରିଆଣ୍ଟ୍ ଜେଏନ୍‌.୧ ମାମଲା ଚିହ୍ନଟ ହେବା ପରେ ପଡୋଶୀ ରାଜ୍ୟ କର୍ଣ୍ଣାଟକ ଏବଂ ତାମିଲନାଡୁ ସତର୍କ ସଜାଗ ହୋଇପଡିଛନ୍ତି । କର୍ଣ୍ଣାଟକ ସରକାର ସୋମବାର ଏକ ଆଡଭାଇଜରୀ ଜାରି କରି ରାଜ୍ୟର ବରିଷ୍ଠ ନାଗରିକ ତଥା ଅନ୍ୟାନ୍ୟ ରୋଗରେ ପୀଡିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଦେଇଛନ୍ତି । ସେହିପରି ମାସ୍ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୂଚନା ଦେଇଛନ୍ତି । ଏତଦ୍‌ବ୍ୟତୀତ ରାଜ୍ୟରେ ଥିବା ହସ୍ପିଟାଲଗୁଡ଼ିକୁ ମଧ୍ୟ ପ୍ରତିକୂଳ ପରିସ୍ଥିତି ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଦେଶର ପ୍ରାୟ ସମସ୍ତ ରାଜ୍ୟ ସରକାରଙ୍କୁ ନୂଆ ସବ୍ ଭାରିଆଣ୍ଟ୍ ଜେଏନ୍‌.୧ ପ୍ରତି ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି । ଆଗକୁ ଦେଶବ୍ୟାପୀ ନବବର୍ଷ ଉତ୍ସବ ପାଳନ ଭଳି କାର୍ଯ୍ୟକ୍ରମ ରହିଥିବା ବେଳେ ସଂକ୍ରମଣ ବୃଦ୍ଧି ଆଶଙ୍କା ବଢ଼ିଯାଇଛି । ଜିଲ୍ଲାସ୍ତରରେ ଟେଷ୍ଟିଂ ପ୍ରକ୍ରିୟାକୁ ବୃଦ୍ଧି କରିବା ପାଇଁ ରାଜ୍ୟସରକାରଙ୍କୁ କୁହାଯାଇଛି । ଆରଟିପିସିଆର୍ ଟେଷ୍ଟ ସହ ପଜିଟିଭ୍ ମାମଲାଗୁଡ଼ିକୁ ଜିନୋମ ସିକ୍ୟୁଏନ୍‌ସିଂ ପାଇଁ ପଠାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking