ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୭୨୩୩୦ ନୂଆ ମାମଲା ସାମ୍ନାକୁ ଆସିଛି । ସେହିଭଳି ସଂକ୍ରମଣ କାରଣରୁ ୪୫୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଥିବା ନୂଆ ମାମଲା ମଧ୍ୟରୁ ୮୪.୬୧ ପ୍ରତିଶତ କେବଳ ୮ ରାଜ୍ୟରୁ ରହିଛି । ସେହିଭଳି ଭାରତର ମୋଟ ଆକ୍ଟିଭ କେସର ୭୯ ପ୍ରତିଶତ କେବଳ ୫ ରାଜ୍ୟରେ ରହିଛି । ସବୁଠୁ ଅଧିକ କରୋନା ମାମଲା ଓ ସଂକ୍ରମଣରେ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି ।
ଭାରତରେ ଏପର୍ଯ୍ୟନ୍ତ ମୋଟ ୧୨୨୨୧୬୬୫ ଲୋକଙ୍କ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୪୭୪୬୮୩ ଜଣ ଏଥିରୁ ସୁସ୍ଥ ହୋଇସାରିଛନ୍ତି । ସେହିଭଳି ୧୬୨୯୨୭ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଭାରତରେ ଏବେ ୫୮୪୦୫୫ ଆକ୍ଟିଭ କେସ ରହିଛି । ଯାହାଙ୍କ ଚିକିତ୍ସା ଏବେ ଜାରି ରହିଛି । ୮୫ ପ୍ରତିଶତ ନୂଆ ମାମଲା ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ପଂଜାବ, କେରଳ, ତାମିଲନାଡୁ, ଗୁଜୁରାଟ ଓ ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି । ସବୁଠୁ ଅଧିକ ୩୯୫୪୪ ନୂଆ ମାମଲା ମହାରାଷ୍ଟ୍ରରେ ରିପୋର୍ଟ ହୋଇଛି । ଏହାପରେ ଛତିଶଗଡରେ ୪୫୬୩, କର୍ଣ୍ଣାଟକରେ ୪୨୨୫, ପଂଜାବରେ ୨୯୪୪, କେରଳରେ ୨୬୫୩, ତାମିଲନାଡୁରେ ୨୫୭୯, ଗୁଜୁରାଟରେ ୨୩୬୦ ଓ ମଧ୍ୟପ୍ରଦେଶରେ ୨୩୩୨ ନୂଆ ମାମଲା ରିପୋର୍ଟ ହୋଇଛି ।