18.1 C
Bhubaneswar
Sunday, November 17, 2024
Homeଓଡିଶାମୁହଁ ଫେରାଉଛନ୍ତି ନିଜଲୋକ, ମୃତ୍ୟୁ ପରେ ମିଳୁନି ଚାରିକାନ୍ଧ

ମୁହଁ ଫେରାଉଛନ୍ତି ନିଜଲୋକ, ମୃତ୍ୟୁ ପରେ ମିଳୁନି ଚାରିକାନ୍ଧ

ସଇଁନ୍ତଳା : ସଂକ୍ରମଣର ଭୟ ସୃଷ୍ଟି କରିଛି ମହାମାରୀ କରୋନା । କରୋନା ଯୋଗୁ ଦିନକୁ ଦିନ ମାନବିକତା ମରି ଯାଉଛି । କରୋନା ଭୟରେ ନିଜ ଲୋକ ପର କରି ଦେଉଛନ୍ତି । କରୋନା ଭୟରେ ମୃତଦେହ ପାଖ ମାଡ଼ୁ ନାହାନ୍ତି ଲୋକେ । ମୃତ୍ୟୁ ପରେ ମିଳୁନି ଚାରି କାନ୍ଧ । ଫଳରେ ମୃତଦେହ ସତ୍କାର ନ ହୋଇପାରି ଘଣ୍ଟାଘଣ୍ଟା ଧରି ପଡ଼ି ରହୁଥିବା ଦେଖିବାକୁ ମିଳିଛି । ଏଭଳି  କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ । କରୋନା ଭୟରେ ସତ୍କାର ନହୋଇ ପଡି ରହିଲା ଶବ । ଶେଷରେ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ । ବଲାଙ୍ଗିର ଜିଲ୍ଲା ଶାନ୍ତିପଡ଼ା ଅଞ୍ଚଳରେ ରହୁଥିବା ପୂର୍ବତନ ବ୍ୟାଙ୍କ କର୍ମଚାରୀ ନବକିଶୋର ବରିହାଙ୍କ ହୃଦ୍‌ଘାତରୁ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହି ଭୟରେ କେହି ବି ଶବ ସତ୍କାର କରିବାକୁ ଆସି ନଥିଲେ । ଶବ ସତ୍କାର ପାଇଁ ନବକିଶୋରଙ୍କ ଦୁଇ ଝିଅ ପଡୋଶୀ, ପରିଜନଙ୍କୁ କହିଥିଲେ ମଧ୍ୟ କେହି ଆସିନଥିଲେ । ଶେଷରେ ଖବର ପାଇ ୪ ଜଣ ସ୍ୱେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ନବକିଶୋରଙ୍କ ମୃତଦେହକୁ ସ୍ଥାନୀୟ ବିଭୁତିପଡ଼ା ଶ୍ମଶାନକୁ ସତ୍କାର ପାଇଁ ନେଇଥିଲେ । ସେଠାରେ ସ୍ଥାନୀୟ ଲୋକ ଶବ ସତ୍କାର କରିବାକୁ ମନା କରିବାରୁ ଶେଷରେ ଆରଟିଓ ଛକ ଶ୍ମଶାନରେ ନେଇ ଶବ ସତ୍କାର କରାଯାଇଥିଲା । ମୃତକଙ୍କ ଜ୍ୱାଇଁ ଆସି ଶ୍ୱଶୁରଙ୍କୁ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking