27.1 C
Bhubaneswar
Monday, November 18, 2024
Homeକରୋନାଚୀନରେ କରୋନା ବିସ୍ଫୋରଣ : ସଂଘାଇରେ ୨.୬ କୋଟି ଲୋକଙ୍କର ହେବ କରୋନା ଟେଷ୍ଟ

ଚୀନରେ କରୋନା ବିସ୍ଫୋରଣ : ସଂଘାଇରେ ୨.୬ କୋଟି ଲୋକଙ୍କର ହେବ କରୋନା ଟେଷ୍ଟ

ବେଜିଂ : କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନରେ ପୁଣି କରୋନା ବିସ୍ପୋରଣ । ବିଭିନ୍ନ ସହରକୁ ଲକଡାଉନ୍ ଫେରିଛି । ସବୁଠାରୁ ବଡ ସହର ସାଂଘାଇରେ କୋଭିଡ -୧୯ର ମାମଲା ବୃଦ୍ଧି ପାଉଥିବା ଜଣାପଡ଼ିଛି । ସଂକ୍ରମଣ ବଢ଼ୁଥିବାରୁ ଲକଡାଉନ୍ କରାଯାଇଛି, ଫଳରେ ଲକ୍ଷ ଲକ୍ଷ ଲୋକ ନିଜ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୭ଟି ନୂତନ ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ପାଇଁ ଚିନ୍ତା ବଢ଼ିଯାଇଛି । ଏହା ସହିତ ଦେଶରେ ବର୍ତ୍ତମାନ ୭୭୮୮ ଏଭଳି ମାମଲା ରହିଛି, ଯେଉଁଥିରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ ।

ଗତକାଲି ତୁଳନାରେ ଉଭୟ ମାମଲା ସାମାନ୍ୟ ଅଧିକ ରହିଛି । ଏଥି ସହିତ ଉତ୍ତର ପୂର୍ବ ପ୍ରଦେଶର ଜିଲିନରେ ରବିବାର ମୋଟ ୪୪୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନେକ ଦେଶ ତୁଳନାରେ ଏହି ସଂଖ୍ୟା କମ ଥିଲେ ସୁଦ୍ଧା ୨୦୧୯ର ଶେଷ ଭାଗ ଆଡ଼କୁ ଉହାନରୁ ଆସିଥିବା ମାମଲା ପରେ ପରେ ଏହା ସର୍ବାଧିକ ବୋଲି କୁହାଯାଉଛି । ବର୍ତ୍ତମାନ ୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ସହରର ସଂଘାଇରେ ଦୁଇ ପର୍ଯ୍ୟାୟରେ ଲକଡାଉନ କରାଯାଇଛି । ଏଠାରେ ସ୍ଥିତି ଏତେ ଖରାପ ହୋଇଗଲାଣି ଯେ ଚୀନ୍ ପ୍ରଶାସନକୁ ସେନା ପଠାଇବାକୁ ପଡ଼ିଛି । ରିପୋର୍ଟ ଅନୁସାରେ ସଂଘାଇରେ ମୋଟ ପିଏଲ୍‌?ଲର ୨,୦୦୦ ମେଡିକାଲ କର୍ମଚାରୀ ନିୟୋଜିତ କରିଛି । ବିଭିନ୍ନ କ୍ଷେତ୍ରରେ ହଜାର ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଲୋକଙ୍କ ଘରକୁ ଘର ବୁଲି କରୋନା ପରୀକ୍ଷା କରାଯାଉଛି ।

ଏହା ସହିତ ଲୋକଙ୍କୁ ଘରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଉଛି । ପୂର୍ବ ପୁଡଙ୍ଗ ଅଞ୍ଚଳର ବାସିନ୍ଦାଙ୍କୁ ଶୁକ୍ରବାର ଠାରୁ ଘରୁ ବାହାରକୁ ଯିବା ପାଇଁ ଅନୁମତି ମିଳିବାର ଥିଲା, ହେଲେ ପଶ୍ଚିମ ଏହି ଅବଧିକୁ ଆଉ ଚାରିଦିନ ପାଇଁ ବଢ଼ାଇ ଦିଆଯାଇଛି । ପୁଡଙ୍ଗରେ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ତାଲାବନ୍ଦରେ ରହିଛନ୍ତି । ପ୍ରତିଦିନ କୋଭିଡ-୧୯ ପାଇଁ ପରୀକ୍ଷା କରିବାକୁ, ଘରେ ମାସ୍କ ପିନ୍ଧିବା ଏବଂ ପରିବାର ସଦସ୍ୟଙ୍କ ନିକଟତର ନହେବା ପାଇଁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ତେବେ ଏହାକୁ ଲୋକେ ବିରୋଧ କରୁଛନ୍ତି । ଉହାନରେ ୭୬ ଦିନିଆ ଲକଡାଉନ୍ ଲାଗୁ କରାଯାଇଥିବା ସମୟରେ ଲୋକଙ୍କର କୌଣସି ଅଭିଯୋଗ ନଥିଲା । ହେଲେ ସଂଘାଇର ଅନେକ ଲୋକ ତାଲାବନ୍ଦ ପାଇଁ ଅସନ୍ତୋଷ ଜାହିର କରୁଛନ୍ତି । ନିଜ ନିଜର ସମସ୍ୟା ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking