19.1 C
Bhubaneswar
Monday, November 18, 2024
Homeଲାଇଫ୍ ଷ୍ଟାଇଲ୍ଡାଇବେଟିସ କଣ୍ଟ୍ରୋଲ ପାଇଁ ଔଷଧ ନୁହେଁ; ଅଭ୍ୟାସରେ କରନ୍ତୁ ପରିବର୍ତନ

ଡାଇବେଟିସ କଣ୍ଟ୍ରୋଲ ପାଇଁ ଔଷଧ ନୁହେଁ; ଅଭ୍ୟାସରେ କରନ୍ତୁ ପରିବର୍ତନ

ନୂଆଦିଲ୍ଲୀ: ଡାଇବେଟିସ ଏକ ଏମିତି ରୋଗ, ଯାହାକୁ ନିୟନ୍ତ୍ରଣ କରାଯାଇପାରିବ । ହେଲେ ସଂପୂର୍ଣ୍ଣ ଭାବରେ ଶେଷ କରାଯାଇପାରିବ ନାହିଁ । ଆପଣ ସୁସ୍ଥକର ଖାଦ୍ୟ ଓ ଜୀବନଶୈଳୀ ଆପଣାଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ । ହେଲେ ଅନେକ ଥର ବ୍ୟସ୍ତତା ଭିତରେ ରୁଟିନ ଫଲୋ କରିବା ସମସ୍ୟାଯୁକ୍ତ ହୋଇଥାଏ । ଏମିତିରେ ଆପଣଙ୍କ ବ୍ଲଡ ସୁଗାର ଲେବଲ ବଢିଥାଏ । ଯଦି ଆପଣ ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣ ନ କରନ୍ତି, ତେହେ ଶରୀରର ଅନ୍ୟ ଅଙ୍ଗ ଉପରେ ଏହାର ପ୍ରଭାବ ପଡେ ।
ଏହା ବଢିବା ଦ୍ୱାରା ଆଖି, ଲିଭର, ହାର୍ଟ ଓ କିଡନୀ ଉପରେ ପ୍ରବାବ ପଡେ । ସେଥିପାଇଁ ବ୍ଲଡ ସୁଗାର ଲେବଲ ଆପଣଙ୍କୁ ନିହାତି କଣ୍ଟ୍ରେଲ କରିବା ଦରକାର ।
ଯଦି ଆପଣ ଖାଦ୍ୟପେୟରେ ଧ୍ୟାନ ରଖୁଛନ୍ତି, ତେବେ ବ୍ଲଡ ସୁଗାର ଲେବୁଲ କଣ୍ଟ୍ରୋଲ ହୋଇଥାଏ । ବିନା ସୁଗାର ଯୁକ୍ ଖାଦ୍ୟ ନିଜ ଖାଇବାରେ ସାମିଲ କରିବା ଦରକାର । ଖାଇବାରେ ଫଳ ଓ ପନିପରିବା ମାତ୍ରା ବଢାନ୍ତୁ । ଦିନରେ ପ୍ରିତ ୨ ରୁ ୩ ଘଣ୍ଟାରେ କିଚି ନା କିଚି ଖାଆନ୍ତୁ । ଧଳା ଚାଉଳ, ଆଳୁ ଓ ନୁଡଲୁସ ଖାଇବାରୁ ଦୂରେଇ ରୁହନ୍ତୁ ।

ବ୍ଲଡ ସୁଗାର ଲେବଲ କଣ୍ଟ୍ରୋଲ କରିବା ପାଇଁ ଓଜନ ନିୟନ୍ତ୍ରଣ କରିବା ବି ଦରକାର । ପିଟ ରହିବା ପାଇଁ ପ୍ରତିଦିନ ଏକ୍ସରସାଇଜ କରନ୍ତୁ । ଏକ୍ସରସାଇଜ କରିବା ଦ୍ୱାରା ଶରୀରରେ ବନିଥିବା ଅତିରିକ୍ତ କ୍ୟାଲୋରୀ ହ୍ରାସ ହୋଇଥାଏ ।
ଘରେ ବି ଆପଣ ସୁଗାର ଟେଷ୍ଟ ହେଉଥିବା ମେସିନ ଆଣି ଟେଷ୍ଟ କରିପାରିବେ । ଖାଇବା ପରେ ଓ ପୂର୍ବରୁ ସୁଗାର ଲେବଲ ଚେକ୍ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking