27.1 C
Bhubaneswar
Monday, November 18, 2024
Homeଓଡିଶାଭୁବନେଶ୍ୱରରେ ଆଉ ୭ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱରରେ ଆଉ ୭ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଭୁବନେଶ୍ୱର ଦକ୍ଷିଣପୂର୍ବ ଜୋନ୍‌ର ଆଉ ୭ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି। ଏକାଧିକ ପଜିଟିଭ ଚିହ୍ନଟ ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ କଟକଣା ଲାଗୁ ହେବା ସହ ଏହି ସମୟରେ ବିଏମ୍‌ସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ।

ସୂଚନାଯୋଗ୍ୟ, ଗତକାଲି ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିଲା ବିଏମ୍‌ସି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବିଏମ୍‌ସିର ନର୍ଥ ଜୋନ୍‌ର ୪ଟି ଓ ଦକ୍ଷିଣପୂର୍ବ ଜୋନ୍‌ର ୭ଟି ସ୍ଥାନ କଣ୍ଟେନମେଣ୍ଟ କରାଯାଇଛି। ସେପଟେ ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୬୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କରୋନା ହଟ୍‌ସ୍ପଟ୍ ଭୁବନେଶ୍ୱର!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking