16.1 C
Bhubaneswar
Saturday, December 28, 2024
Homeବିଜିନେସ୍ଯୁଦ୍ଧଜନିତ ଅନିଶ୍ଚିତତା ମଧ୍ୟରେ ଉପଭୋକ୍ତା : ମହଜୁଦ୍ ରଖୁଛନ୍ତି ଖାଇବାତେଲ

ଯୁଦ୍ଧଜନିତ ଅନିଶ୍ଚିତତା ମଧ୍ୟରେ ଉପଭୋକ୍ତା : ମହଜୁଦ୍ ରଖୁଛନ୍ତି ଖାଇବାତେଲ

ନୂଆଦିଲ୍ଲୀ : ଉପଭୋକ୍ତାମାନେ ଖାଇବାତେଲ ଓ ପେଟ୍ରୋଲ୍‌-ଡିଜେଲ୍ ମହଜୁଦ୍ ରଖୁଛନ୍ତି । ଉପଭୋକ୍ତାମାନେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଖାଇବାତେଲର ଦରବୃଦ୍ଧି ତଥା ବଜାରରୁ ଅଚାନକ୍ ଉଭେଇଯିବା ସେମାନଙ୍କୁ ସଂରକ୍ଷିତ କରିବାକୁ ବାଧ୍ୟ କରୁଛି । ଆଗାମୀ ସମୟରେ ଅତ୍ୟଧିକ ଦରବୃଦ୍ଧି ମଧ୍ୟ ଏକ ପ୍ରମୁଖ କାରଣ ରହିଛି । ଏଥିସହିତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପରେ ହିଁ ସରକାର ପେଟ୍ରୋଲ୍‌ି-ଡିଜେଲ୍ ଦରବୃଦ୍ଧି କରିବେ ବୋଲି ଉପଭୋକ୍ତା ନିଶ୍ଚିତ ଅଛନ୍ତି । ପୂର୍ବରୁ ସେପରି ହିଁ ଘଟିଛି । ବିହାର ବିଧାନସଭା ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ସରକାର ଦୀର୍ଘଦିନ ପର୍ଯ୍ୟନ୍ତ ତୈଳଦରରେ କୌଣସି ପରିବର୍ତ୍ତନ କରିନଥିଲେ ।

ମାତ୍ର ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହେବା କ୍ଷଣି ଦେଶରେ ଆରମ୍ଭ ହୋଇଥିଲା କ୍ରମାଗତ ଦରବୃଦ୍ଧିର ଧାରା । ଏ ନେଇ ବଳ ଯୋଗାଉଛି ସାମାଜିକ ଗଣମାଧ୍ୟ । ହ୍ୱାଟ୍‌ସଆପ୍ ମେସେଜ୍‌ରେ ଖାଇବାତେଲ ଦରବୃଦ୍ଧି ହେବା ନେଇ ସୂଚନା ଦେଖି ମୁମ୍ବାଇ ମହିଳା ରେଖାନା ଖାନ୍ ୧୦ ଲିଟର୍ ଖାଇବା ତେଲ ଆଗୁଆ କିଣିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦ ଦିନ ଅବଧିରେ ଦେଶରେ ଖାଇବାତେଲ ଦରରେ ପାଖାପାଖି ୨୦% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ।

ଏ ନେଇ ସାମାଜିକ ଗଣମାଧ୍ୟମରେ ଅଧିକ ଭାଇରାଲ୍ ମେସେଜ୍ ଘୁରିବୁଲୁଛି । ଯାହା ଉପଭୋକ୍ତାଙ୍କୁ ବିବ୍ରତ କରୁଛି । ସୂଚନାଯୋଗ୍ୟ ଯେ ଭାରତ ୯୦% ସୂର୍ଯ୍ୟମୂଖୀ ତୈଳ ରୁଷ୍ ଓ ୟୁକ୍ରେନ୍‌ରୁ ଆମଦାନୀ କରିଥାଏ । ଯଦିଓ ସୂର୍ଯ୍ୟମୂଖୀ ତୈଳର ମାତ୍ର ୧୪% ଖାଇବାତେଲ ଭାବେ ବ୍ୟବହୃତ ହୋଇଥାଏ । ଅପରପକ୍ଷରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଗତ ୪, ନଭେମ୍ବର ପରଠାରୁ ଦେଶରେ ତୈଳଦର ବୃଦ୍ଧି କରିନାହାନ୍ତି । ଫଳରେ କୃଷକମାନେ ଦରବୃଦ୍ଧିର ଆଶଙ୍କା ଯୋଗୁଁ ନିଜ ସକ୍ଷମ ଅନୁସାରେ ଆଗତୁରା ତୈଳ କ୍ରୟ କରି ସଂରକ୍ଷିତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking