ଭୁବନେଶ୍ୱର : ଷ୍ଟିୟରିଂ କମିଟିରେ ସ୍ଥାନ ନ ମିଳିବା ପରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ହାଇକମାଣ୍ଡ ନିଷ୍ପତ୍ତି ମାନିବାକୁ ବାଧ୍ୟ କହିଲେ ନରସିଂହ । ମୋ ଆବଶ୍ୟକତା ଅନୁଭବ କରିଥିଲେ କମିଟିରେ ରଖିଥାଆନ୍ତେ । ମୋ ସହ କେହି ।ଲୋଚନା କରି ନାହାନ୍ତି, ମୁଁ କିଛି ଜାଣିନି । କମିଟି ସବୁ ଭଙ୍ଗ କରିଦେଲେ, ୨/୩ ସପ୍ତାହ କଂଗ୍ରେସର ଅସ୍ତିତ୍ୱ ରହିଲାନି । ୧୪ ସିଟ୍ ଜିତିଛୁ, କିନ୍ତୁ କଂଗ୍ରେସର ଭୋଟ୍ ପ୍ରତିଶତ କମିଛି । କଂଗ୍ରେସ କାହିଁକି ବିଫଳ ହେଲା ମିଟିଂ ଡାକିବାର ଆବଶ୍ୟକତା ଥିଲା । କିନ୍ତୁ ବୈଠକ ଡାକୁନାହାନ୍ତି, ପାର୍ଟି ଧିରେ ଧିରେ ଦୁର୍ବଳ ହେଉଛି । ସଭାପତି ୯ରୁ ୯୦ ନାରା ଦେଇଥିଲେ, ୧୪ରେ ଅଟକିଗଲା ।










