17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶକଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଉଦ୍‌ଯାପିତ

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଉଦ୍‌ଯାପିତ

ଶ୍ରୀନଗର: କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡୋ ଯାତ୍ରା’ ସୋମବାର ଜମ୍ମୁ-କଶ୍ମୀରର ଶ୍ରୀନଗର ସହରରେ ଶେଷ ହୋଇଛି । ଏହି ଅବସରରେ ଶ୍ରୀନଗରସ୍ଥିତ ପିସିସିି (ପ୍ରଦେଶ କଂଗ୍ରେସ କମିଟି) କାର୍ଯ୍ୟାଳୟରେ ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହୋଇଥିଲା । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଜାତୀୟ ସଙ୍ଗୀତ ଗାନ କରାଯିବାପରେ ଯାତ୍ରାର ପରିସମାପ୍ତି ଘୋଷଣା କରାଯାଇଥିଲା ।

ଯାତ୍ରା ଶେଷ ହେବାପରେ ରାହୁଲଙ୍କ ନେତୃତ୍ୱରେ ଏକ ର‌୍ୟାଲି ସେର-ଇ-କଶ୍ମୀର ଷ୍ଟାଡିୟମ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ଯୋଗଦେବାକୁ କଂଗ୍ରେସ ପକ୍ଷରୁ ୨୧ଟି ଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଅବଶ୍ୟ ଡିଏମ୍‌କେ, ନ୍ୟାସନାଲ କନ୍‌ଫରେନ୍ସ, ପିଡିପି, ସିପିଆଇ, ଆରଏସ୍‌ପି ଭଳି ଦଳର ନେତାମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ୨୦୨୨ ସେପ୍ଟେମ୍ବର ୭ରୁ ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା ।

ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଓ ଜମ୍ମୁ-କଶ୍ମୀର ଭଳି ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଗତି କରିଥିବା ଏହି ଯାତ୍ରା ମୋଟ ୪୦୮୦ କିମି ପଥ ଅତିକ୍ରମ କରିଥିଲା । ଏହି ସମୟରେ ରାହୁଲ ୧୨ଟି ସାଧାରଣ ସଭା, ୧୦୦ରୁ ଊର୍ଦ୍ଧ୍ୱ ରାସ୍ତାକଡ ସଭା, ୧୩ଟି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking