ଭୁବନେଶ୍ୱର: ଓଡ଼ିଶାରେ ମହିଳା ଏବଂ ବିଶେଷ କରି ଛାତ୍ରୀମାନେ ଆଜି ସଂପୂର୍ଣ୍ଣ ଭାବରେ ଅସୁରକ୍ଷିତ । ମହିଳା ଅସଦାଚରଣ, ବର୍ବରତା, ଧର୍ଷଣ ଓ ଗଣଧର୍ଷଣ ଆଜି ସାରା ରାଜ୍ୟରେ ସବୁ ଜିଲ୍ଲାରେ ହୁହୁ ହୋଇ ବଢ଼ିଚାଲଛି । ଡବଲ ଇଞ୍ଜନ ସରକାର ପ୍ରଥମ ୫୦ ଦିନରେ ୧୧ ଜଣ ମହିଳାଙ୍କ ପ୍ରତି ଗଣଦୁଷ୍କମ କରାଯାଇ ହତ୍ୟା କରାଯାଇଥିଲା । କିନ୍ତୁ ଏହାକୁ ରୋକିବା ପରିବର୍ତେ ବିଜେପି ସରକାରର ପ୍ରଥମ ୮ ମାସରେ ଏ ସଂଖ୍ୟା ୧୧ ରୁ ବଢ଼ି ୫୪ କୁ ଅତିକ୍ରମ କଲାପରେ ମଧ୍ୟ ସରକାରଙ୍କ ହେତୁ ପଶିଲା ନାହିଁ । ଏହାକୁ ପ୍ରତିବାଦ କରି ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ଦଳଏବଂ କଂଗ୍ରେସର ବିଧାୟକ ଦଳ ବିଧାନ ସଭା ଭିତରେ ଓ ବିଧାନ ସଭା ବାହାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟ ସରକାର ତୁରନ୍ତ ଏଭଳି ବର୍ବରତା, ପାଶବିକ ଅତ୍ୟାଚାରରୁ ମହିଳାମାନଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ତୁରନ୍ତ ଠୋସ୍ ପଦକ୍ଷେପ ନିଅନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ ବୋଲି କଂଗ୍ରେସ ଦଳ ଦାବି କରିଆସୁଛନ୍ତି ।
ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଆଜି ସବୁସୀମା ଟପିଯାଇଛି । ଏହାକୁ ନେଇ ଜାତୀୟ କଂଗ୍ରେସ ଦଳର ବରିଷ୍ଠ ମୁଖପାତ୍ର ତଥା ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷା ସୁପ୍ରିୟା ଶ୍ରୀନେତ୍ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସରକାର ଉପରେ ଖୁବ୍ ବର୍ଷିଛନ୍ତି । ଏହି ଅବସରରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଶ୍ରୀନେତ୍ ଯୋଗ ଦେଇ ବିଭିନ୍ନ ପ୍ରକାର ନାରୀ ନିର୍ଯ୍ୟାତନା ଯଥା ଗଣଦୁଷ୍କର୍ମ, ଦୁର୍ଷ୍କମ, ହତ୍ୟା ଓ ନିଖୋଜ ହେବାରେ ଓଡ଼ିଶା ରେକର୍ଡ ସୃଷ୍ଟି କରିଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ସେ କହିଥିଲେ ଏଥିନେଇ ଜାତୀୟ ଗଣମାଧ୍ୟମ ଏବଂ ସ୍ଥାନୀୟ ଗଣମାଧ୍ୟମ ଚର୍ଚ୍ଚା କରୁନାହାଁନ୍ତି । କେନ୍ଦ୍ରାପଡ଼ାରେ ଦ୍ୱାଦଶ ଶ୍ରେଣୀ ପଢ଼ୁଥିବା ଏକ ଛାତ୍ରୀକି ଜୋର ଜବରଦସ୍ତ ଧର୍ଷଣ କରି ଆତ୍ମାହତ୍ୟା କରିବା, କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀପୁରରେ ଏକ ନାବାଳିକା ବାଳିକାକୁ ଦର୍ଷଣ କରିବା, ବାଲେଶ୍ୱର ଜିଲ୍ଲାର ୧୦ ବର୍ଷର ବାଳିକାକୁ ପାଶବିକା ଧର୍ଷଣ କରିବା, ସେହିପରି ମହାମହିମ ରାଷ୍ଟ୍ରପତି ତାଙ୍କ ନିଜ ଜିଲ୍ଲା ମୟୁରଭଞ୍ଜରେ ନାବାଳିକାକୁ ଗଣଧର୍ଷଣ କରିବା, ମାଲକାନାଗିରି ଚିତ୍ରକୁଣ୍ଡାରେ ଆଦିବାସୀ ଛାତ୍ରାବାସରେ ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା, ବରୀରେ ୬ ବର୍ଷର ଝିଅ ଗର୍ଭବତୀ ହେବା, ଚମ୍ପୁଆରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଗର୍ଭବତୀ, ପୁରୀ ପିପିଲରେ ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ୨୦୨୨ ମସିହାରେ ଏକ ଅମାନବୀୟ ଘଟଣା ଘଟିଥିଲା, ସେଠାରେ ଏକ ବାଳିକାକୁ ଦର୍ଷଣ କରାଯିବା ସହିତ ହତ୍ୟା କରାଯାଇଥିଲା ।
ଯେଉଁମାନେ ଅଭିଯୁକ୍ତ ଥିଲେ ସେମାନେ ମୁଖ୍ୟମନ୍ତ୍ରୀ ଓ ପ୍ରାୟ ବିଜେପି ନେତାମାନଙ୍କ ସହିତ ଫଟୋ ରହିଛି । ସେହି ଅଭିଯୁକ୍ତ ମାନଙ୍କର ବିଜେପି ଦଳର ଉପାଧ୍ୟକ୍ଷ ଥିଲେ । ଏତେ ଘଟଣା ଘଟିଲା ପରେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏକ ଦୁର୍ଭାଗ୍ୟଜନକ ଏବଂ ବିଜେପି ସରକାର ଏହା ଚାହୁଁନାହିଁ । ଆମେ କେତେକ ଉଦାହରଣ ଦେଖାଇଲୁ କିନ୍ତୁ ମହିଳାଙ୍କ ଉପରେ ଅତ୍ୟାଚରରେ ରେକର୍ଡ ସୃଷ୍ଟି କରିଛି । ଓଡ଼ିଶା ଆଜି ଚତୁର୍ଥ ସ୍ଥାନରେ ରହିଛି । ଏହା ଆମ କଂଗ୍ରେସ ଦଳର ହିସାବ ନୁହେଁ, ଏହା ବିଜେପି ସରକାର ଦେଇଥିବା ତଥ୍ୟ ଆଧାରରେ ଆମେ କହୁଛୁ । ସରକାର ଦେଇଥିବା ସୂଚନା ଅନୁସାରେ ପାଖାପାଖି ୪୪ ହଜାର ମହିଳା ନିଖୋଜ । ଯେଉଁଥିରେ କି ୩୬ ହଜାର ୪ ଶହ ମହିଳା ଏବଂ ୮ ହଜାର ୪ ଶହ ୩୦ ଶିଶୁ ନିଖୋଜ ହୋଇଛନ୍ତି । ଆମ ଦେଶରେ ଦୈନିକ ୩୯ ଜଣ ମହିଳା ନିଖୋଜ ହେଉଛନ୍ତି ସେଥିରୁ ୧୩ ଜଣ ମହିଳା ଓଡ଼ିଶାରେ ନିଖୋଜ ଅଛନ୍ତି । ଏ କ’ଣ ବିଜେଡ଼ି ସରକାରରେ ହେଉଥିଲା? ରାମରାଜ୍ୟ ବିଜେପି ସରକାର ଆସିଲା ପରେ କ’ଣ ବନ୍ଦ ହେଇଗଲା? କଂଗ୍ରେସ ବିଧାୟକ ଦଳ ବିଧାନସଭା ଭିତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଯେଉଁ ମୁଲତବି ପ୍ରସ୍ତାବ ଆଣିଥିଲେ ଯେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚର, ଗଣଧର୍ଷଣ ଓ ଧର୍ଷଣକୁ ନେଇ ସ୍ୱିତନ୍ତ୍ର ଭାବରେ ଗୃହରେ ଆଲୋଚନା ହେଉ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ଏ ଘଟଣାର ବିବୃତ ରଖନ୍ତୁ ।
ଏଥିପାଇଁ ଗୃହ କମିଟି ଗଠନ କରାଯାଉ । ପ୍ରତିବାଦରେ ସରକାରୀ ଦଳର ମନ୍ତ୍ରୀ ତଥା ବିଧାୟକ ଏ ସ୍ପର୍ଷକାତର ଘଟଣାକୁ ଗୁରୁତର ସହ ବିଚାର କରିବା ପରିବର୍ତେ କଂଗ୍ରେସ ବିଧାୟକମାନଙ୍କୁ ଅଶୀଳ ଭାଷାରେ ଗାଲିଗୁଲଜ କରିବା ସହିତ ତାଙ୍କ ପ୍ରତି ମରଣାନ୍ତକ ଆକ୍ରମଣ କରାଗଲା । ବାଚସ୍ପତି ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା, ମହିଳାଙ୍କ ପ୍ରତି ସାମାନ୍ୟତମ ଦରଦ ଓ ନିଷ୍ଠା ଦେଖାଇବା ପରିବର୍ତେ ବାଚସ୍ପତି ମୋହଦୟା କଂଗ୍ରେସ ଦଳର ବରିଷ୍ଠ ବିଧାୟକଙ୍କୁ ଅଗଣତାନ୍ତ୍ରିକ ଅଣସମ୍ବିଧାନିକ ଉପାୟରେ ତାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କଲେ । ଘଟଣା ସେଥିକି ସମାପ୍ତ ହେଲା ନାହିଁ । କଂଗ୍ରେସ ଦଳର ବିଧାୟକମାନେ ଏ ଘଟଣାକୁ ନେଇ ବିଧାନସଭା ବାହାରେ ଗାନ୍ଧୀଙ୍କ ପ୍ରତିମ୍ରୁତି ତଳେ ଧାରଣା ଦେଲେ । କିନ୍ତୁ ଅହଂକାରୀ ଓ ମହିଳା ବିରୋଧି ସରକାର ଏହା ପ୍ରତି ଦୃଷ୍ଟି ଦେଲେ ନାହିଁ । ମହିଳା ହେଉଛନ୍ତି ରାଜ୍ୟର ସମୁଦାୟ ଜନସଂଖ୍ୟାର ଅଧାଅଧି । କଂଗ୍ରେସ ଦଳ ସମସ୍ତ ବିଧାୟକ, ନେତୃବର୍ଗ ଏବଂ କର୍ମୀ ଦୃଢ଼ ଭାବରେ ନାରୀ ନ୍ୟାୟ ପାଇଁ ଅଟଳ ରହିଛନ୍ତି ଏବଂ ସଂକଳ୍ପ ନେଇଛନ୍ତି ଏ ଲଢ଼େଇକୁ ଏକ ନିର୍ଣ୍ଣାୟକ ସ୍ତରକୁ ନିଆଯିବ ।
ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ସରକାର ଗଠନ ହେବା ପରେ ବହୁତ ଥର ଓଡ଼ିଶାକୁ ଗସ୍ତ କରୁଛନ୍ତି । ତାଙ୍କ ପାଖରେ ଓଡ଼ିଶାର ମହିଳାଙ୍କ ସ୍ଥିତିକୁ ନେଇ ନିଶ୍ଚୟ ଖବର ଥିବ । ଏ ବାବଦରେ ଥରୁଟିଏ ସରକାରଙ୍କୁ ତାଗିତ କରିଛନ୍ତି କି? ମଣିପୁରର ଦୁଇଟି ଆଦିବାସୀ ମହିଳାଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ରାସ୍ତାରେ ଚଲାଇବା ସହ ତାଙ୍କ ପ୍ରତି ଅମାନୁସିକ ଭାବେ ପାଶବିକ ଅତ୍ୟାଚାର କରାଗଲା । କିନ୍ତୁ ପ୍ରଧାନମନ୍ତ୍ରୀ ଏ ବାବଦରେ ପଦୁଟିଏ ମୁହଁ ଖୋଲିଲେ ନାହିଁ କି ମଣିପୁର ଆଜିପର୍ଯ୍ୟନ୍ତ ଗସ୍ତ କଲେ ନାହିଁ । ଏହା ହେଉଛି ସେମାନଙ୍କର ନାରୀ ସମାଜ ପ୍ରତି ତାଙ୍କର ଦୃଷ୍ଟି ଭଙ୍ଗୀ । ମହାମହିମ ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ ମହିଳା । ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ କିନ୍ତୁ ଆଦିବାସୀ ବର୍ଗର ସ୍କୁଲ ଛାତ୍ରୀ ଓ ମହିଳାଙ୍କ ପ୍ରତି ହେଉଥିବା ଗଣଧର୍ଷଣ ଓ ଅତ୍ୟଚାର ବିରୁଦ୍ଧରେ ମୁହଁ ଖୋଲୁନାହାନ୍ତି । ଏହା ତାଙ୍କର ମହିଳାଙ୍କ ପ୍ରତି ଥିବା ନିଷ୍ଠା ଏକ ବଳିଷ୍ଠ ଉଦାହାରଣ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସହ ପ୍ରଭାରୀ ରୋଜାଲିନା ତ୍ରିର୍କୀ, ସଶ୍ମିତା ବେହେରା, ଅଖିଳ ଭାରତ କଂଗ୍ରେସ କମିଟିର ସାମାଜିକ ଗଣମାଧ୍ୟମ ବିଭାଗର ଓଡ଼ିଶା ପ୍ରଭାରୀ ଶ୍ରୀ ସୁମିତ ଦୁବେ ଓ ଜୟଶ୍ରୀ ପାତ୍ର ଉପସ୍ଥିତ ଥିଲେ ।