ଭୁବନେଶ୍ୱର: ନ୍ୟାସନାଲ ହେରାଲଡ ମାମଲାରେ ତାତିଲା କଂଗ୍ରେସ। ରାଜଧାନୀରେ ବିଜେପି ବିରୋଧରେ ଜୋରଦାର ପ୍ରତିବାଦ। କେନ୍ଦ୍ର ବିରୋଧରେ କଂଗ୍ରେସର ଯୁଦ୍ଧଂଦେହୀ ଡାକରା। ନ୍ୟାସନାଲ ହେରାଲଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଦାୟର କରିଥିବା ଚାର୍ଜସିଟକୁ କୋର୍ଟ ଅଗ୍ରାହ୍ୟ କରିବା ଘଟଣାକୁ ନେଇ କରାଯାଇଛି ଆନ୍ଦୋଳନ। ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି। କଂଗ୍ରେସ ଭବନ ନିକଟରେ ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି। ଗଣତନ୍ତ୍ରକୁ ବିଜେପି ହତ୍ୟା କରୁଥିବା ଅଭିଯୋଗ ହୋଇଛି। ଦଳର ନେତା କହିଛନ୍ତି- ସତ ଲାଗି ଲଢୁଥିବା ନେତାଙ୍କୁ କରାଯାଉଛି ଟାର୍ଗେଟ। ଏହା ସହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ।










