29.1 C
Bhubaneswar
Monday, November 18, 2024
Homeଓଡିଶାଡ୍ରାଇଭର ମହାସଂଘର ଅସୁବିଧା କଥା ରାଜ୍ୟ ସରକାର ଶୀଘ୍ର ବିଚାର କରନ୍ତୁ : ନିରଞ୍ଜନ ପଟ୍ଟନାୟକ

ଡ୍ରାଇଭର ମହାସଂଘର ଅସୁବିଧା କଥା ରାଜ୍ୟ ସରକାର ଶୀଘ୍ର ବିଚାର କରନ୍ତୁ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର- ଦୀର୍ଘଦିନ ଧରି ଡ୍ରାଇଭର ମହାସଂଘ ତାଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି ତାଙ୍କ ଦାବିକୁ ବେଖାତିର କରାଯାଉଛି ବୋଲି ଆଜି ମହାସଂଘ ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ ସଂଗଠନ ଯେଉଁ ମାନଙ୍କ ସଂଖ୍ୟା ଅଧିକ ସେମାନଙ୍କ ଦାବିକୁ ସରକାର ମାନିନେଉଛନ୍ତି କାରଣ ନିର୍ବାଚନରେ ସେମାନଙ୍କ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଡ୍ରାଇଭର ମହାସଂଘର କଥାକୁ କର୍ଣ୍ଣପାତ ନକରି ତାଙ୍କ ନାର୍ଯ୍ୟ ଦାବି ପ୍ରତି ଉପେକ୍ଷା ସରକାର କରିଛନ୍ତି ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେଥିପାଇଁ ଡ୍ରାଇଭର ମହାସଂଘ ତରଫରୁ ନିର୍ବାଚନର ଦୁଇଦିନ ପୂର୍ବରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଛି । ଯଦି ନିର୍ବାଚନ ର ଦୁଇଦିନ ପୂର୍ବରୁ ଡ୍ରାଇଭର ମହାଂସଘ ଗାଡ଼ିର ଷ୍ଟିଅରିଂ ଛାଡ଼ି ଆନ୍ଦୋଳନ କରନ୍ତି ତେବେ ବହୁ ବିଭ୍ରାଟ ଦେଖାଯିବାର ସମ୍ଭାବନା ଅଛି । ଯେଉଁ ସଂଘଠନ ମାନଙ୍କର ଲୋକ ସଂଖ୍ୟା ଅଧିକା ଯେଉଁମାନେ କି ସାଧାରଣ ଲୋକଙ୍କ ସହ ରହିଛନ୍ତି ଏବଂ ନିର୍ବାଚନରେ ସରକାରୀ ଦଳ ପାଇଁ ପ୍ରଭାବ ପକେଇ ସରକାରୀ ଦଳ ପାଇଁ ଭୋଟ ସଂଗ୍ରହ କରି ପାରିବେ ସେମାନଙ୍କର ଦାବିକୁ ପୂରଣ କରୁଛନ୍ତି । କିନ୍ତୁ ଡ୍ରାଇଭର ମହାସଂଘର ସମସ୍ୟା କଥା ନ ଶୁଣିବାର କାରଣ ହେଲା ଏମାନେ ସରକାରୀ ଦଳ ପାଇଁ ଭୋଟ ସଂଗ୍ରହ କରିପାରିବେ ନାହିଁ । ତେଣୁ ସରକାରଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରି କହିଛନ୍ତି କି ଡ୍ରାଇଭର ଭାଇମାନଙ୍କୁ ନଗଣ୍ୟ ମନେ ନକରି ତାଙ୍କର ଯୁକ୍ତିଯୁକ୍ତ ଦାବିକୁ ଶୀଘ୍ର ପୂରଣ କରନ୍ତୁ ଯେପରି ନିର୍ବାଚନରେ କୌଣସି ବାଧାବିଘ୍ନ ନ ଘଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking