40.1 C
Bhubaneswar
Thursday, April 25, 2024
Homeଓଡିଶା20 ଜାନୁୟାରୀ ରାଜ୍ୟଵ୍ୟାପୀ ଢ଼ିଙ୍କିଆ ସଂହତି ଦିବସ --ସଂଯୁକ୍ତ କିଷାନ ମୋର୍ଚ୍ଚା

20 ଜାନୁୟାରୀ ରାଜ୍ୟଵ୍ୟାପୀ ଢ଼ିଙ୍କିଆ ସଂହତି ଦିବସ –ସଂଯୁକ୍ତ କିଷାନ ମୋର୍ଚ୍ଚା

ଭୁବନେଶ୍ୱର : ଢ଼ିଙ୍କିଆ ରୁ ପୁଲିସ ବଳ ହଟାଅ-ଢ଼ିଙ୍କିଆ ବଞ୍ଚାଅ, ପୁଲିସର ଅମାନୁଷିକ ଅତ୍ୟାଚାର ବନ୍ଦ କର,

ପୁଲିସ ର ନିର୍ମମ ଲାଠି ଚାଳନା ର ତଦନ୍ତ ଉଚ୍ଚନ୍ୟାୟାଳୟ ର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(SIT )ଦ୍ୱାରା କରାଯାଉ, ବଳ ପ୍ରୟୋଗ କରି ପାନ ବରଜ ଭାଙ୍ଗିବା ତୁରନ୍ତ ବନ୍ଦ କର, ଗିରଫ ହୋଇଥିବା ନେତା ଦେବେନ୍ଦ୍ର ସ୍ୱାଇଁ, ନରେନ୍ଦ୍ର ମହାନ୍ତି ଏବଂ ମୁରଲୀଧର ସାହୁ ସମେତ ସମସ୍ତଙ୍କୁ ନିସର୍ତ୍ତ ଖଲାସ କରାଯାଉ,
ଜୀବିକା ବିପନ୍ନକାରୀ ଏବଂ ପରିବେଶ ଧ୍ବଂସକାରୀ ତଥା କଥିତ ଶିଳ୍ପ କରିବା ବନ୍ଦ କର ଇତ୍ୟାଦି ଦାବିରେ 20 ଜାନୁୟାରୀ ରାଜ୍ୟବ୍ୟାପୀ ଢ଼ିଙ୍କିଆ ସଂହତି ଦିବସ ରାଜ୍ୟ ରାଜଧାନୀ ଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ପାଳନ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡିଶା ଶାଖା ଘୋଷଣା କରିଛି l

ଭୁବନେଶ୍ୱର ରେ ମାଷ୍ଟର କ୍ୟାଣ୍ଟିନ ଠାରେ ସମବେତ ହୋଇ ଦିନ 11 ରେ  ସମବେତ ହୋଇ
ଓଡିଶା ର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ନିଷ୍ପତ୍ତି ହୋଇଛି l
ରାଜ୍ୟସରକାର ଢ଼ିଙ୍କିଆ ଚାରିଦେଶ ରେ ପରିସ୍ଥିତି ର ସୁଧାର ଆଣିବା ସହିତ ଲୋକଙ୍କର ସ୍ୱାଭାବିକ ଜୀବନ-ଜୀବିକା କୁ ସୁନିଶ୍ଚିତ କରିବା ପାଇଁ ଦାବୀ କରା ଯାଇଛି l ଢ଼ିଙ୍କିଆ ଅଞ୍ଚଳ ର ଲୋକଙ୍କ ଜୀବନ-ଜୀବିକା କୁ ବଳି ପକାଇ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ କାହା ସ୍ୱାର୍ଥ ରେ ହେବ ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଶ୍ନ କରିଛି l ପୁଲିସ ଦ୍ୱାରା ଅତ୍ୟାଚାର ଏବଂ ଦମନ କରି କର୍ପୋରେଟ ସ୍ୱାର୍ଥ ପାଇଁ ଜନ ବିରୋଧୀ ଶିଳ୍ପ ପ୍ରକଳ୍ପ କୁ ରାଜ୍ୟ ସରକାର ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଛି l

ସଂଯୁକ୍ତ କିଷାନ ମୋର୍ଚ୍ଚା ର ଆଜିକାର ବୈଠକ ରେ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମନ୍ତରାୟ, ମହେନ୍ଦ୍ର ପରିଡା, ଶ୍ରୀକାନ୍ତ ମହାନ୍ତି, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରମିଳା ବେହେରା, ହେନା ବାରିକ, ପ୍ରଦୀପ୍ତ ନାୟକ, ଦେବ ପ୍ରସାଦ ରାୟ, ପ୍ରଦୀପ ସାହୁ
ଶ୍ରୀଚରଣ ବେହେରା,ପ୍ରମୁଖ ଉପସ୍ଥିତ ରହିବା ସହିତ ଶଶୀ ଭୂଷଣ ସ୍ୱାଇଁ,ଲିଙ୍ଗରାଜ,ଭାଲଚନ୍ଦ୍ର ଷଡ଼ଙ୍ଗୀ, ରଘୁନାଥ ଦାସ ଏବଂ ଶଙ୍କର ସାହୁ ପ୍ରମୁଖ ଅନ ଲାଇନ ଯୋଗେ ଯୋଗ ଦେଇଥିଲେ 1

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking