19.1 C
Bhubaneswar
Tuesday, January 20, 2026
Homeଓଡିଶାବରଗଡ଼ ଚାଷୀ ବିକ୍ଷୋଭ ସମାବେଶରେ କଂଗ୍ରେସର ରଣ ହୁଙ୍କାର

ବରଗଡ଼ ଚାଷୀ ବିକ୍ଷୋଭ ସମାବେଶରେ କଂଗ୍ରେସର ରଣ ହୁଙ୍କାର

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଜୀରା ନଦୀ କୂଳରୁ ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହରଦିପ ସିଂଙ୍କ ନେତୃତ୍ୱରେ ଏକ ବିଶାଳ ଚାଷୀ ରାଲି ବାହାରି ସ୍ଥାନୀୟ ଟାଟାପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହାପରେ ଏହି ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ମଧ୍ୟ ବିକ୍ଷୋଭ କରିଥିଲା । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି  ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ କହିଲେ ଯେ ବରଗଡ଼ ଜିଲ୍ଲାର ଚାଷୀମାନଙ୍କ ଅବସ୍ଥା ପ୍ରତି ବିଜେପି ସରକାର ଉଦାସୀନ । ପ୍ରଥମେ ଧାନ କିଣା ବ୍ୟବସ୍ଥା ଜିଲ୍ଲାରେ ସ୍ଥିର ହେଉଥିଲା । ବର୍ତ୍ତମାନ ଭୁବନେଶ୍ୱରରୁ ଟୋକନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି । ଜିଲ୍ଲାସ୍ତରରେ ହେଉନାହିଁ । ତେଣୁ ପ୍ରଶାସନ ପାଖରେ ଚାଷୀ କିପରି ନିଜର ଦାବି ନ ରଖି ପାରିବ ତାହାର ଚକ୍ରାନ୍ତ ବିଜେପି ସରକାର କରିଛି । ଧାନ ସଂଗ୍ରହ ଅବ୍ୟବସ୍ଥା ଚାଷୀକୁ ହତାସ କରିଛି । ଗତବର୍ଷ ମିଲ ମାଲିକ, କୋଅପରେଟିଭ ସଂସ୍ଥା ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କର ପ୍ରତି କ୍ୟୁଂଟାଲ ଧାନରୁ ଯେଉଁ ୧୦/୧୫ କିଲୋ ଧାନ କଟ୍‌ନୀ ଛଟ୍‌ନୀ ହୋଇଥିଲା ସେଥିରୁ ୨ ହଜାର କୋଟି ଟଙ୍କା ଲୁଟ ହୋଇଛି ।

ଧାନ ଅମଳ ବଢ଼ୁଥିବା ବେଳେ ସରକାରଙ୍କ ପାଖରେ ୱୟାର ହାଉସ ଓ ଏଫସିଆଇ ଗୋଦାମର ବ୍ୟାପକ ଅଭାବ ରହିଛି । ଚାଷୀ ସାର ଚଢ଼ାଦରରେ କିଣୁଛି, ସାରର କଳାବଜାରୀ ହେଉଛି ।  ଏବେ ସବୁ ଚାଷୀଙ୍କ ଠାରୁ ଏମଏସପି ଦରର ଧାନ କିଣିବାକୁ ସରକାର ନାରାଜ । ବରଗଡ଼ ଓ କଳାହାଣ୍ଡି ପ୍ରଭୃତି ଜିଲ୍ଲାରେ ଗୋଟେ ଏକର ଜମିରୁ ପାଖାପାଖି ୨୫ କ୍ୱିଂଟାଲ ଧାନ ଅମଳ ହେଉଛି । ୧୫୦ କ୍ୱିଂଟାଲରୁ ଅଧିକା ଧାନ ଜଣେ ଚାଷୀଠାରୁ ଏମଏସପି ଦରରେ ସରକାର ନେବ ନାହିଁ ବୋଲି ଘୋଷଣା କଲେ । ତାହାହେଲେ ମୋଟାମୋଟି ଏକରରୁ ଅଧିକ ଜମି ଥିବା ଚାଷୀ ଠାରୁ ଏମଏସପି ଦରରେ ଧାନ କିଣିବା ଦୁର୍ଭାଗ୍ୟଜନକ । ସରକାର ସଠିକ ବ୍ୟବସ୍ଥିତ ପ୍ରକ୍ରିୟାରେ ଧାନ କିଣିପାରୁ ନାହିଁ । ଚାଷୀର ତଂଟି ଚିପୁଛି । ଚାଷୀର ଅଭିଯୋଗ ନଶୁଣି, ଚାଷୀର ଦୁଃଖ ନଶୁଣି ସରକାର ଚାଷୀର ଆନ୍ଦୋଳନକୁ ଡରାଇ ଧମକାଇ ଚପାଇ ଦେବାକୁ ଚେଷ୍ଟା କରୁଛି । ଚାଷୀ ଘରେ କେମିତି ଚୂଲି ଜଳିବନି, ଚାଷୀର ପିଲା କେମିତି ପାଠ ପଢ଼ିପାରିବେନି ସେହି ପରିସ୍ଥିତି ଏ ସରକାର ସୃଷ୍ଟି କରୁଛି । ପ୍ରତିଶ୍ରୁତି ଦେଇଥିଲେ ଚାଷୀକୁ ମାଗଣା ବିଜୁଳି ତାହା ସମ୍ଭବ ହୋଇପାରିଲା ନାହିଁ । ଏବେ ଓଡ଼ିଶାର ୧କୋଟି ୨୫ଲକ୍ଷ ବିଜୁଳି ଉପଭୋକ୍ତାଙ୍କ ଠାରୁ ସୁରକ୍ଷା ଜମା ଆଦାୟ କରିବାକୁ ଟାଟା ପାୱାର ଓ ରାଜ୍ୟ ସରକାର ଯେଉଁ ମନ୍ଦ ଉଦ୍ଦେଶ୍ୟ ରଖିଛନ୍ତି ତାହା ବିରୋଧରେ କଂଗ୍ରେସ ଆନ୍ଦୋଳନ ଜାରି ରଖିଛି । ଏଥିପାଇଁ ଆମେ ଭୁବନେଶ୍ୱର ଟାଟା ପାୱାର ଅଫିସରରେ ତାଲା ପକାଇଲୁୂ ।  ଏ ରାଜ୍ୟରୁ ବାହାର ରାଜ୍ୟକୁ କୋଇଲା ରପ୍ତାନୀ ହେଉଛି ।

ହେଲେ ତାମିଲନାଡୁ, ଦିଲ୍ଲୀ, ତେଲେଙ୍ଗାନା, ପଞ୍ଜାବ ଆଦି ରାଜ୍ୟର ଲୋକ ୨୦୦ ରୁ ୩୦୦ ୟୁନିଟ ମାଗଣା ବିଜୁଳି ପାଉଥିବା ବେଳେ ଆମ କୋଇଲା ଓ ଆମ ଜଳ ବ୍ୟବହାରରୁ ଗୋଟିଏ ୟୁନିଟ ବିଜୁଳି ଓଡ଼ିଶାର ଗରିବ ଲୋକ ମାଗଣା ପାଉନାହାନ୍ତି । ଚାଷୀ ସମସ୍ୟା ଓ ବିଜୁଳି ଉପଭୋକ୍ତାଙ୍କ ପ୍ରତାରଣା ପ୍ରସଙ୍ଗରେ କଂଗ୍ରେସ ମହାଆନ୍ଦୋଳନ କରୁଛି। କଂଗ୍ରେସର ଆନ୍ଦୋଳନର ସାମିଲ ହୋଇ ଚାଷୀ ଓ ବିଜୁଳିଉପଭୋକ୍ତା ସାମିଲ ହୋଇ ସ୍ୱର ଉତ୍ତୋଳନ କରନ୍ତୁ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଜୟ କୁମାର ଲଲ୍ଲୁ ଯୋଗଦେଇ ମୋହନ ସରକାରକୁ ଏକ ଚାଷୀ ବିରୋଧି ସରକାର ଭାବେ ପ୍ରମାଣିତ କରିଥିଲେ । ବିଶେଷକରି ଚାଷୀ ଓ ବିଜୁଳି ଉପଭୋକ୍ତାଙ୍କ ଉପରେ ଯେଉଁ ଲୁଣ୍ଠନ ହେଉଛି ତାହାକୁ କଂଗ୍ରେସ ଦଳ ବରଦାସ୍ତ କରିବ ନାହିଁ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିରୋଧି ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଶୁଭେନ୍ଦୁ ମହାନ୍ତି, ଅମିତା ବିଶ୍ୱାଳ, ଅଭୟ ସାହୁ, ଲିପନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking