27.1 C
Bhubaneswar
Sunday, September 8, 2024
Homeଓଡିଶାବିଜେପିରେ ସାମିଲ ହେଲେ କଂଗ୍ରେସ ନେତା, ଆଇନଜୀବୀ, ଏବଂ ସମାଜସେବୀ

ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା, ଆଇନଜୀବୀ, ଏବଂ ସମାଜସେବୀ

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲାର ପୂର୍ବତନ ଧର୍ମଶାଳା ବିଧାୟକ ସ୍ୱର୍ଗତଃ କାଙ୍ଗାଳିଚରଣ ପଣ୍ଡାଙ୍କ ପୁତୁରା ତଥା କଂଗ୍ରେସ ନେତା ଦେବେନ୍ଦ୍ର କୁମାର ପଣ୍ଡା ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଜେନାପୁର ପଂଚାୟତର କଂଗ୍ରେସ ନେତା ଦେବଦର୍ଶନ ଦାସ, ଗଡମଧୁପୁରର ପଂଚାୟତର ମନୋଜ କୁମାର ରାଉତ, ମହିସରା ପଂଚାୟତର ନୃସିଂହ ମଲ୍ଲିକ ଓ ଶୁକଦେବ ଦେହୁରୀ ପ୍ରମୁଖ ଆନୁଷ୍ଠିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ସେହିପରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ଆଇନଜୀବୀ ମନୋଜ କୁମାର ହାତି, ଗୌର ରାଜପଲିଆ, ଫିରୋଜ ବଗର୍ତୀ, ସମାଜସେବୀ ଜଗନ୍ନାଥ ସାହୁ, ସୁଧୀର ଘଡେଇ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଭାରତୀୟ ଜନତା ପାର୍ଟିର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking