ଭୁବନେଶ୍ୱର – ପେଗାସସ, ସ୍ପାୟୱେର ଦ୍ୱାରା କଂଗ୍ରେସ ଦଳର ନେତୃବୃନ୍ଦ ପୂର୍ବତନ ସର୍ବଭାରତୀୟ କଂଗ୍ରେସ ସଭାପତି ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଧୀଙ୍କର ଫୋନ, ଭାରତ ବର୍ଷର ପୂର୍ବତନ ମୁଖ୍ୟ ନ୍ୟାୟଳୟର ମୁଖ ନ୍ୟାୟଧ୍ୟଷ, ବିରୋଧି ଦଳର ତୃଙ୍ଗ ନେତୃବର୍ଗ, ଭାରତ ବର୍ଷର ନିର୍ବାଚନ ଆୟୋଗର ଅଧିକାରୀ ବୃନ୍ଦ, ବିଶିଷ୍ଟ ସାମାଜିକ କର୍ମୀ, ବରିଷ୍ଠ ସାମ୍ବାଦିକ କେନ୍ଦ୍ର ସରକାରଙ୍କର ବର୍ତମାନର କିଛି ମନ୍ତ୍ରୀ ମାନଙ୍କର ତଥା ପୂର୍ବତନ ସାମରିକ ଅଧିକାରୀ ବୃନ୍ଦ, ବିଶିଷ୍ଟ ଓକିଲ, ସାମାଜିିକ କର୍ମୀ, ରାଜନୈତିକ ବ୍ୟକ୍ତିବିଶେଷ, ବିରୋଧିଳର ନେତୃବୃନ୍ଦ ଏମାନଙ୍କର ଫୋନକୁ ୨୦୧୯ ମସିହା ସାଧାରଣ ନିର୍ବାଚନର ବହୁପୂର୍ବରୁ ବେଆଇନ ଭାବରେ ଟ୍ୟାପିଂ କରାଯାଉଥିଲା । ଏହାଦ୍ୱାରା ସେମାନଙ୍କର ସମସ୍ତ କଥାବାର୍ତା ଗତିବିଧି ଓ କାର୍ଯ୍ୟକଳାପ ଉପରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ ଆଜିର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଏହା ନିୟନ୍ତ୍ରିତ ହେଉଥିଲା । ଭାରତୀୟ ସମ୍ବିଧାନର ଧାରା ୨୧ ଏହାର ଖୁଲମ ଖୁଲା ଉଲଙ୍ଘନ କରାଯାଇ ଜଣେ ବ୍ୟକ୍ତିର ତାର ଯେଉଁ ସ୍ୱାଧୀନତା ଏବଂ ଜୀବନ ବଂଚିବାର ଯେଉଁ ଅଧିକାର ତାକୁ କେଉଁଠି ନା କେଉଁଠି ଏ ସରକାର ଖୋଦ ଆଜିର ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନିୟନ୍ତ୍ରିତ କରିବା ସହିତ ନିଜର ରାଜନୈତିକ ଫାଇଦା ହାସଲ କରିବାରେ ଲାଗିଥିଲେ । କଂଗ୍ରେସ ଦଳ ଏହି ଫୋନ ଟ୍ୟାପିଂକୁ ଦୃଢ଼ ଭାବରେ ନିନ୍ଦା କରିବା ସହିତ ଏଭଳି କାର୍ଯ୍ୟକଳାପ ଦେଶଦ୍ରୋହ କାର୍ଯ୍ୟ ସହିତ ସମାନ । ଯେହେତୁ ଇଜରାଇଲ କମ୍ପାନୀ ଏନ୍ଏସ୍ଓ ସିଧାସଳଖ କହିଛି ଯେ ସେ କେବଳ ଏକ ଦେଶର ସରକାରଙ୍କ ସହିତ କାମକରନ୍ତି ଏବଂ ସରକାରଙ୍କୁ ଏହି ତାଙ୍କର ସ୍ପାଇୱେରକୁ ବିକ୍ରି କରନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଏ ଗୁପ୍ତଫୋନ ଟ୍ୟାପିଂ କାର୍ଯ୍ୟକଳାପରେ ଭାରତ ସରକାର ଅର୍ଥାତ ନରେନ୍ଦ୍ର ମୋଦି ସରକାର ନିଜେହିଁ କରିଛନ୍ତି । ତେଣୁ ଏହା ଏକ ରାଷ୍ଟ୍ରାଦୋହ ଅପରାଧା । ତେଣୁ କଂଗ୍ରେସ ଦଳ ଦାବି କରୁଛି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ତୁରନ୍ତ ରାଷ୍ଟ୍ରଦୋହ ମାମଲା ରୁଜୁ କରାଯାଉ ଓ ସେ ତୁରନ୍ତ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ । ପ୍ରଧାନମନ୍ତ୍ରୀଙ୍କର ବିନା ସହମତି ଓ ସହଯୋଗରେ ଏଭଳି ଗୁପ୍ତରେ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ଫୋନ ଟ୍ୟାପିଂ ହେଉଥିଲା ତାହା କେବେ ବିଶ୍ୱାସ କରିହେଉନାହିଁ । ଖୋଦ ପ୍ରଧାନମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକଳାପ ପ୍ରଧାନମନ୍ତ୍ରୀଙ୍କ ପଦବୀର ଅପବ୍ୟବହାର ସହିତ ପ୍ରଧାନମନ୍ତ୍ରୀ ଯେଉଁ ଶପଥପାଠ କରିଥିଲେ ତାହାର ମଧ୍ୟ ଘୋର ବିରୋଧ ହେଉଛି । ଏହି ଅବସରରେ ସର୍ବଭାରତୀୟ ଜାତୀୟ କଂଗ୍ରେସ ନିଷ୍ପତିକ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ପିସିିସି ଗଣମାଧ୍ୟମ କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ସ୍ମୃତିରଞ୍ଜନ ଲେଙ୍କା, ୟାସିର ନୱାଜ, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଡ. ଗୋବିନ୍ଦ ଭୂୟାଁ, ମନୋଜ ମହାପାତ୍ର, ସସ୍ମିତା ବେହେରା, ରଜନୀ ମହାନ୍ତି, ପଦ୍ମାକର ଗୁରୁ, ଦୀପକ ମହାପାତ୍ର, ଅଶୋକ ଦାଶ ଓ ଅନ୍ୟ କଂଗ୍ରେସ କର୍ମୀମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।