30.1 C
Bhubaneswar
Saturday, September 21, 2024
Homeଓଡିଶା୨୧ରୁ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

୨୧ରୁ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସକୁ ଆସ୍ଥାଭାଜନ କରାଇବା ପାଇଁ କେନ୍ଦ୍ରୀୟ ନେତାଙ୍କ ତତ୍ପରତା ପ୍ରକାଶ ପାଇଛି । ନବ ନିଯୁକ୍ତ ପ୍ରଭାରୀ ଡ଼ ଅଜୟ କୁମାର ଓଡ଼ିଶାକୁ ନେଇ ଢେର୍ ଆଶାବାଦୀ । ଦାୟିତ୍ୱ ନେବା ପରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ଅଜୟ । ଆସନ୍ତା ୨୧ ତାରିଖରେ ସେ ଆସିବା ନେଇ ସୂଚନା ରହିଛି ।

୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଓଡ଼ିଶାରେ ରହିବେ । ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ମାନସ ମନ୍ଥନ କରିବେ । ଦଳର ସାମ୍ମୁଖ୍ୟ, ପଦାଧିକାରୀମାନଙ୍କ ସହ ବୈଠକ କରିବେ । ଏହାସହ ଜିଲ୍ଲା ସଭାପତି, ବ୍ଲକ ସଭାପତିମାନଙ୍କ ଠାରୁ ସଭ୍ୟ ଚିଠା ସମୀକ୍ଷା କରିବେ । ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ନେଇ ମଧ୍ୟ ପ୍ଲାନ ପ୍ରସ୍ତୁତ କରାଯିବ । ନୂଆ ସଂଯୋଜକମାନଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ଥିବାବେଳେ ସେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking