26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶକହ୍ନୈୟା କୁମାରଙ୍କୁ ବଡ ଦାୟିତ୍ୱ ଦେଲା କଂଗ୍ରେସ

କହ୍ନୈୟା କୁମାରଙ୍କୁ ବଡ ଦାୟିତ୍ୱ ଦେଲା କଂଗ୍ରେସ

ନୂଆଦିଲ୍ଲୀ: କହ୍ନେୟା କୁମାରଙ୍କୁ ଛାତ୍ର କଂଗ୍ରେସ (NSUI)ର ପ୍ରଭାରୀ ଭାବେ ଦାୟିତ୍ବ ଦେଇଛି ଦଳ । ଆଜି ଏନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ କହ୍ନେୟାଙ୍କୁ ଏହି ପଦବୀରେ ନିଯୁକ୍ତିକୁ ଅନୁମୋଦନ ଦେଇଥିବା ଦଳ କହିଛି । ଛାତ୍ର ରାଜନୀତିରୁ କମ୍ୟୁନିଷ୍ଟ ପାର୍ଟି ମାଧ୍ୟମରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିବା କହ୍ନେୟା କୁମାର 2021 ରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୫ରେ JNU ଛାତ୍ର ସଂଘର ସଭାପତି ନିର୍ବାଚନ ଜିତିଥିଲେ । ପରେ ୨୦୨୧ରେ କଂଗ୍ରେସରେ ଯୋଗଦେଇଥିଲେ କହ୍ନେୟା । କେରଳ ଓ ପଶ୍ଚିମ ବଙ୍ଗ ଛାତ୍ର ସଂଘର ମିଶ୍ରଣ ସହ ୧୯୭୧ରେ ଇନ୍ଦିରା ଗାନ୍ଧିଙ୍କ ଦ୍ବାରା ଗଠିତ ହୋଇଥିଲା NSUI ।

ଛାତ୍ର ରାଜନୀତିରେ ବେଶ ସକ୍ରିୟ ଥିବା କହ୍ନେୟା ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ଦାୟିତ୍ବରେ ଥିବା ବେଳେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ । କ୍ୟାମ୍ପସରେ ତାଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ବିରୋଧୀ ନାରା ଓ ପାକିସ୍ତାନ ଜିନ୍ଦାବାଦ ନାରା ଲାଗିଥିବା ଅଭିଯୋଗ ହୋଇଥିଲା । ତାଙ୍କ ସମେତ ଏକାଧିକ ସହଯୋଗୀଙ୍କ ବିରୋଧରେ ବିରୋଧରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ସେ ଗିରଫ ହୋଇ ଜେଲ ଯାଇଥିଲେ । ତାଙ୍କ ସହ କମ୍ୟୁନିଷ୍ଟ ପାର୍ଟିର ଛାତ୍ର ଶାଖାର ଅନ୍ୟ କିଛି ଛାତ୍ର ନେତା ଓ ନେତ୍ରୀଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିଲା । ହେଲେ ଏହି ବିବାଦ ପରେ ତାଙ୍କୁ ସକ୍ରିୟ ରାଜନୀତିକୁ ଆସିବା ପାଇଁ ରାସ୍ତା ମିଳାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking