ଭୁବନେଶ୍ୱର–ଗତକାଲି( ମଙ୍ଗଳବର ଦିନ ) ବିଜେଡି ନେତା ଭିକେ ପାଣ୍ଡିଆନ ଙ୍କ ଗଜପତି ଜିଲ୍ଲା ଗସ୍ତ ରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ଗାଡ଼ି ଧକ୍କାରେ ଆର ଉଦୟଗିରି ର ରାମଗିରି ଥାନା ଅନ୍ତର୍ଗତ ପରିସେଲ ଗ୍ରମର ସରସ ଆନନ୍ଦ ଙ୍କ ମୃତ୍ୟୁ ଘଟିଥିଲା । ସରସ ଆନନ୍ଦ ନିଜ ଗ୍ରାମ ମୁଣ୍ଡରେ ଠିଆ ହୋଇଥିବା ବେଳେ ପୋଲିସ ଗାଡି ତାଙ୍କୁ ଧକା ଦେଇଥିଲା ଏବଂ ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ହେଇଥିଲା । ମୃତ ଆନନ୍ଦ ଙ୍କ ପରିବାର କୁ ଏକ କୋଟି ଟଙ୍କାର ସହାୟତା ଦେବାକୁ କଂଗ୍ରେସ ଦାବି କରିଛି। ଆଜି କଂଗ୍ରେସ ର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ଏହି ଦାବି କରିଛନ୍ତି । ଏଥିସହିତ ମୃତ୍ୟୁ ଆନନ୍ଦଙ୍କ ପରିବାର ଜଣକୁ ସରକାରୀ ଚାକିରୀ ଦେବାକୁ ବିଜୟ ଦାବି କରିଛନ୍ତି ।
ଦୁର୍ଘଟଣା ପାଇଁ ବିଜେଡି ଦଳ ବିଶେଷ କରି ବିଜେଡି ନେତା ପାଣ୍ଡିଆନ ଦୁଃଖ ପ୍ରକାଶ କରିବା ସହିତ ମୃତ୍ୟୁ ଆନନ୍ଦଙ୍କ ପରିବାରକୁ ସମବେଦନା ଜଣାନ୍ତୁ ବୋଲି ସେ ଦାବି କରିଛନ୍ତି ।
ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ବିରୋଧ ରେ IPC ର ସଂଶୋଧିତ ଧାରା 106 ଅନୁସାରେ ପଦକ୍ଷେପ ନେବା କୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ବିଜେଡି ନେତା ପାଣ୍ଡିଆନ କ୍ଷତିଗ୍ରସ୍ତ ପରିବାର କୁ ଏପର୍ଯ୍ୟନ୍ତ ସମବେଦନା ନ ଜଣାଇବା ଦୁଃଖଦାୟକ ବୋଲି ପଟନାୟକ କହିଛନ୍ତି। ଏଥିସହିତ ଦୁର୍ଘଟଣା ଘଟାଇଥିବା ପୁଲିସ ଗାଡ଼ିରେ ସାଧା ପୋଷାକରେ କେଉଁମାନେ ଥିଲେ ? ଏବଂ ପାଣ୍ଡିଆନଙ୍କୁ ପୁଲିସ କେଉଁ ପ୍ରକାର ସୁରକ୍ଷା ଯୋଗାଇ ଦେଉଥିଲା ତାହା ଜନସାଧାରଣଙ୍କୁ ଯଆଣଇବା ଉଚିତ ବୋଲି ସେ କହିଛନ୍ତିି। ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ଉପସ୍ଥିତ ଥିଲେ । ସରସ ଆନନ୍ଦ ପରିବାର କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ସେ ମଧ୍ଯ ଦାବି କରିଛନ୍ତି ।