ଭୁବନେଶ୍ୱର : ବିଧାନସଭାରେ ତାରା – ପ୍ରମିଳା ମୁହାଁମୁହିଁ । କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଛନ୍ତି , ଗୃହରେ ମିଥ୍ୟା କହିବା ମହାପାପ । କଂଗ୍ରେସ ପକ୍ଷରୁ ଚାଷୀ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦିଆଯାଇଥିଲା । ବାଚସ୍ପତି ଏହାକୁ ଗ୍ରହଣ କରିଥିବା ଏହାକୁ ଧନ୍ୟବାଦ ଦେଇଛନ୍ତି । ହେଲେ ଏହାକୁ କଂଗ୍ରେସ ଆଲୋଚନା ପାଇଁ ଚାହୁଁଥିବା ବେଳେ ବିଜେଡି ବନ୍ଦ କରିଦେଲା । ବିଜେଡି ଚାହିଁଥିଲେ ଆମ ଆଲୋଚନା ହୋଇଥାନ୍ତା । ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗୃହମଧ୍ୟକୁ କାହିଁକି ଆସୁଥିଲେ । କଂଗ୍ରେସ ସଦସ୍ୟ କଣ ଚାହୁଁନାହାନ୍ତି କି ଆଲୋଚନା ହେଉ ବୋଲି । ଏହାର ଜବାବରେ ତାରା ବାହିନୀ ପତି କହିଛନ୍ତି ବିଜେଡି ସଦସ୍ୟ ଆସିବାରୁ ଆମେ ଗୃହକୁ ବାଧ୍ୟ ହୋଇ ଆସିଥିଲୁ ।