19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଜୁଲାଇରେ ମହଙ୍ଗା ହୋଇପାରେ ସ୍ମାର୍ଟଫୋନ, ଟିଭି, କାର୍‌; ପଢନ୍ତୁ କାରଣ

ଜୁଲାଇରେ ମହଙ୍ଗା ହୋଇପାରେ ସ୍ମାର୍ଟଫୋନ, ଟିଭି, କାର୍‌; ପଢନ୍ତୁ କାରଣ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ଦେଶର ପରିସ୍ଥିତି ବଦଳାଇ ଦେଇଛି । ଲୋକଙ୍କ ପାଖରେ ଏବେ ଆର୍ଥିକ ଅଭାବ ପରିଲକ୍ଷିତ ହେଉଛି । ଏଭଳି ପରିସ୍ଥିତିରେ ଉପଭୋକ୍ତାଙ୍କୁ ମହଙ୍ଗା ଦର ଦାଉ ସାଧୁଛି । ଅନେକ କମ୍ପାନୀ ଇଲେକ୍ଟ୍ରୋନିକ ଉପକରଣ, ସ୍ମାର୍ଟ ଫୋନ ଆଦିର ଦାମ ପୁଣି ଥରେ ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ପ୍ରାୟ ୩ ଥର ଏହି ଉପକରଣ ଗୁଡିକର ଦାମ ବୃଦ୍ଧି ହୋଇଛି । ଗତ ସପ୍ତାହରେ ମାରୁତି ସୁଜୁକି, ହିରୋ ମୋଟର କପ୍‌, ଇଲେକ୍ଟ୍ରୋନିକ ଉତ୍ପାଦ କମ୍ପାନୀ, ସୋନି, ଏଲଜି, ଓ ଗୋଦରେଜ ନିଜ ନିଜ ଉତ୍ପାଦର ଦାମ ବୃଦ୍ଧି କରିଛନ୍ତି । ଏହାବ୍ୟତୀତ ଶିୟୋମୀ, ରିୟଲମୀ, ଓ ଭିଭୋ ବି ନିଜ ନିଜ ସ୍ମାର୍ଟ ଫୋନ ଦାମ ବୃଦ୍ଧି ନେଇ ଘୋଷଣା କରିଛନ୍ତି ।  ରିପୋର୍ଟ ଅନୁସାରେ, ବଜାରରେ କଂଚା ମାଲ ଦରରେ ଅଧିକ ବୃଦ୍ଧି ହୋଇଛି । ଯେଉଁଥିପାଇଁ ଏଥିରେ ବୃଦ୍ଧି ଘଟୁଛି । ରିପୋର୍ଟରେ କୁହାଯାଇଛି, ଷ୍ଟିଲ, ଆଲୁମିନିୟମ, ରବର, କପର, ପ୍ଲାଷ୍ଟିକ, ରେୟର ମାଟେରିଆଲ ଓ ଅନ୍ୟ କଂଚା ସାମଗ୍ରୀର ମୂଲ୍ୟ ବି ବୃଦ୍ଧି ହୋଇଛି ।
ଗତ ୬ ମାସ ମଧ୍ୟରେ ଅନେକ କମ୍ପାନୀ ନିଜ ଉତ୍ପାଦର ଦାମ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇଛନ୍ତି । ଭାରତର ସବୁଠୁ ବଡ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକିର କହିବା କଥା, ଆବଶ୍ୟକ କଂଚା ମାଲ ଦାମ ବୃଦ୍ଧି ପାଇଁ କାର୍ ମୂଲ୍ୟରେ ବୃଦ୍ଧି କରିବା ଆବଶ୍ୟକ ଥିଲା । ଅନ୍ୟ କମ୍ପାନୀମାନେ ବି ଏମିତି କିଛି କହିଛନ୍ତି ।
ଏସି ନିର୍ମାଣ କରୁଥିବା କମ୍ପାନୀ ବ୍ଲୁ ଷ୍ଟାର ବି ନିଜ ଉତ୍ପାଦ ମୂଲ୍ୟ ୧ ସେପ୍ଟେମ୍ବରରୁ ୫-୮ ପ୍ରତିଶତ ପର୍ଯ୍ୟନ୍ତ ବଢାଇବା ଯୋଜନାରେ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking