18.1 C
Bhubaneswar
Sunday, January 12, 2025
Homeରାଜନୀତିଡିଜେଲ-ପେଟ୍ରୋଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରବୃଦ୍ଧି ବିରୋଧରେ ବାମପନ୍ଥୀଙ୍କ ଦେଶବ୍ୟାପୀ ଆନ୍ଦୋଳନକୁ ସଫଳ କର...

ଡିଜେଲ-ପେଟ୍ରୋଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରବୃଦ୍ଧି ବିରୋଧରେ ବାମପନ୍ଥୀଙ୍କ ଦେଶବ୍ୟାପୀ ଆନ୍ଦୋଳନକୁ ସଫଳ କର –ସିପିଆଇ

ଭୁବନେଶ୍ୱର –କରୋନା ମହାମାରୀ ସମୟରେ ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବାବେଳେ ଡିଜେଲ ଓ
ପେଟ୍ରୋଲର କ୍ରମାଗତ ଦରବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ଆକାଶଛୁଆଁ ହେବା ଫଳରେ ସାଧାରଣ
ମଣିଷର ତେଲଲୁଣର ସଂସାର ଉଛନ୍ନ ହେବାକୁ ବସିଲାଣି । ଏଣୁ ଏହି ଅସହ୍ୟ ଦରବୃଦ୍ଧି ବିରୋଧରେ ଦେଶର ୫ଟି
ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌.ଏଲ.) ଲିବରେସନ, ଆରଏସ୍‌ପି ଓ ଫରୱାର୍ଡ ବ୍ଲକ ଜୁନ
୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଚଳାଇବା ପାଇଁ ଡାକରା ଦେଇଛନ୍ତି । ଏହି ଡାକରା ଅନୁଯାୟୀ
ଓଡ଼ିଶାରେ ମିଳିତ ଆନ୍ଦୋଳନକୁ ସଫଳ କରିବା ସକାଶେ ସିପିଆଇ ରାଜ୍ୟବାସୀଙ୍କୁ ନିବେଦନ କରିଛି ।
ଆଜି ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ରାଜ୍ୟ ସମ୍ପାଦକମଣ୍ଡଳୀର ବୈଠକ ପରେ
ପ୍ରକାଶିତ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି- ଡିଜେଲ ଓ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଲାଣି ।
ଅତ୍ୟଧିକ ଟିକସ ହେଉଛି ଏହାର ମୁଖ୍ୟ କାରଣ । କେନ୍ଦ୍ର ସରକାରଙ୍କ ଅବକାରୀ ଶୁଳ୍କ ଓ ରାଜ୍ୟ ସରକାରଙ୍କ ‘ଭାଟ୍‌’କୁ
ମିଶାଇ ବିଶ୍ୱର ସବୁଠାରୁ ଅଧିକ ଟିକସ ଭାରତରେ ଆଦାୟ କରାଯାଏ । ଅନ୍ୟପକ୍ଷରେ ଗତ ୬ମାସ ମଧ୍ୟରେ ଖାଇବା ତେଲ
ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ୭୦ରୁ ୮୦ ଭାଗ ବୃଦ୍ଧି ପାଇଛି ।
ଏଣୁ ଏହି ପରିସ୍ଥିତିରେ ବାମପନ୍ଥୀ ଦଳମାନେ ଡିଜେଲ ଓ ପେଟ୍ରୋଲ ଦର କମାଇବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର
ଦରବୃଦ୍ଧି ବନ୍ଦ କରିବା, କଳାବଜାରୀ ଓ ମହଜୁଦକାରୀଙ୍କୁ ଜବତ କରିବା, ପ୍ରତି ପରିବାରକୁ ମୁଣ୍ଡପିଛା ୧୦କେଜି ଚାଉଳ/
ଗହମ, ଖାଇବା ତେଲ ଓ ଡାଲି ଆଦି ରାସନ ମାଗଣାରେ ଯୋଗାଇବା, ଆୟକର ପରିସର ବାହାରେ ଥିବା ସମସ୍ତ
ପରିବାରକୁ ମାସିକ ୭,୫୦୦ ଟଙ୍କା ସହାୟତା ପ୍ରଦାନ କରିବା ଏବଂ ରାଜ୍ୟ ସରକାର ଡିଜେଲ ଓ ପେଟ୍ରୋଲ ଉପରୁ
ସର୍ବନିମ୍ନ ୧୦ ଟଙ୍କା ଟିକସ କମାଇବା ପାଇଁ ଦାବିକରି ଏହି ଆନ୍ଦୋଳନର ଡାକରା ଦେଇଛନ୍ତି ।
ରାଜ୍ୟ ସମ୍ପାଦକମଣ୍ଡଳୀର ଏହି ବୈଠକରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରିଣୀ
ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ, ସହ ସମ୍ପାଦକ କ୍ଷୀରୋଦ ସିଂହଦେଓ
ଉପସ୍ଥିତ ଥିବାବେଳେ ସହସମ୍ପାଦକ ପ୍ରଶାନ୍ତ ମିଶ୍ର, ପ୍ରଶାନ୍ତ ପାଟ୍ଟଯୋଷୀ ଓ ଅଶୋକ ଦାଶ ‘ଜୁମ୍‌’ ଯୋଗେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking