20.1 C
Bhubaneswar
Wednesday, January 8, 2025
Homeଓଡିଶାପିଜି ପାଠ୍ୟକ୍ରମରେ ଖାଲି ସିଟ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ପିଜି ପାଠ୍ୟକ୍ରମରେ ଖାଲି ସିଟ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ପିଜି ପାଠ୍ୟକ୍ରମରେ ଖାଲି ଥିବା ସିଟ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ମେଧା ତାଲିକା ଅନୁଯାୟୀ ସିପିଇଟି (କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ) ୨୦୨୦ ରେ ଯୋଗ୍ୟତା ଥିବା ଏବଂ କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ ।

ପିଜି ପାଠ୍ୟକ୍ରମରେ ଖାଲି ଥିବା ସିଟ ପୂରଣ ପାଇଁ ବିଂଜ୍ଞପ୍ତି ପ୍ରକାଶ
ମାର୍ଚ୍ଚ 19 ସୁଦ୍ଧା ବିଶ୍ବବିଦ୍ୟାଳୟ/କଲେଜର ଇ-ସ୍ପେସ୍‌ରେ ଏସମ୍ପର୍କିତ ତଥ୍ୟ ଉପଲବ୍ଧ ହେବ। ଶିକ୍ଷାନୁଷ୍ଠାନ ପକ୍ଷରୁ ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କୁ ଯୋଗ‌ାଯୋଗ କରିବେ। ଏହି ବିଦ୍ୟାର୍ଥୀଙ୍କ ନାମ ଲେଖାଇବେ ।

ତାଲିକାରେ ଥିବା ଛାତ୍ରଛାତ୍ରୀ ନାମ ନଲେଖାଇଲେ କଲେଜ/ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓଜେଇଇ ମେରିଟ୍‌ ଲିଷ୍ଟ, ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ତଥା ଜାତୀୟ ସଂସ୍ଥାଗୁଡ଼ିକ ଦ୍ବାରା ପରିଚାଳିତ ସମତୁଲ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀଙ୍କ ନାମ ଲେଖାଇପାରିବେ ।

ମାର୍ଚ୍ଚ 24 ରେ ସାମ୍‌ସ ଇ-ସ୍ପେସ୍‌ରେ ଏହି ବର୍ଗର ପାର୍ଥି ସାମିଲ ହେବା ଲାଗି ନୂଆ ଲିଙ୍କ୍‌ ପ୍ରଦାନ କରାଯିବ । ମାର୍ଚ୍ଚ 31 ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ସମ୍ବନ୍ଧରେ ଅବଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking