31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଅଫିସ ଆସୁଛନ୍ତି କି?, ଘରକୁ ଫେରିଯାଆନ୍ତୁ....

ଅଫିସ ଆସୁଛନ୍ତି କି?, ଘରକୁ ଫେରିଯାଆନ୍ତୁ….

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ୱିଟର କିଣିବା ପରେ କମ୍ପାନୀରେ ବଡ଼ ଧରଣର ଛଟେଇ ହେବା ନେଇ ଅନୁମାନ କରାଯାଉଥିଲା । ଆଉ ଏବେ ଏହି ଅନୁମାନ ସତ ହେବାକୁ ଯାଉଛି । ଚାକିରି ରହିବ କି ନୁହେଁ ତାହା ମେଲ ମାଧ୍ୟମରେ ଜଣାଇ ଦିଆଯିବ ବୋଲି କମ୍ପାନୀ ତରଫରୁ ସମସ୍ତ କର୍ମଚାରୀଙ୍କୁ ମେଲ କରାଯାଇଛି । ଏଥିସହିତ କର୍ମଚାରୀଙ୍କୁ ଆଜି ଅଫିସ ଆସିବାକୁ ମଧ୍ୟ ମନା କରାଯାଇଥିବା ନେଇ ସୂଚନା ମିଳିଛି ।

ମେଲ ଜରିଆରେ ଟ୍ୱିଟର ତା’ର କର୍ମଚାରୀଙ୍କୁ କହିଛି ଯେ, ଯଦି ଆପଣ ଅଫିସରେ ଅଛନ୍ତି କିମ୍ବା ଅଫିସ ଆସୁଛନ୍ତି ତେବେ ଘରକୁ ଫେରିଯା’ନ୍ତୁ । ସୂଚନାଯୋଗ୍ୟ, ଏଲନ ମସ୍କ ୨୦୨୨ ଅକ୍ଟୋବର ୨୭ରେ ଟ୍ୱିଟର ସହିତ ଚୁକ୍ତି କରିବା ପରେ କମ୍ପାନୀକୁ ନିଜ ଅଧୀନକୁ ନେଇଥିଲେ ।ଏଥିସହିତ ସର୍ବପ୍ରଥମେ ଶୀର୍ଷ ପଦରେ ବସିଥିବା ଅଧିକାରୀଙ୍କୁ ବହିଷ୍କାର କରିଥିଲେ । ଏଥିରେ ପୂର୍ବ ସିଇଓ ପରାଗ ଅଗ୍ରୱାଲ, ସିଏଫଓ ନେଡ ସେଗଲ, କମ୍ପାନୀର ଲିଗାଲ ପଲିସି, ଟ୍ରଷ୍ଟ ଓ ସେଫ୍ଟି ବିଭାଗ ମୁଖ୍ୟ ବିଜୟା ଗଡ୍େଡଙ୍କ ନାମ ସାମିଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking