ବାଙ୍ଗାଲୁର : କର୍ଣ୍ଣାଟକରେ ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧିବା ପ୍ରସଙ୍ଗକୁ ନେଇ ବିବାଦ ବଢ଼ିଛି । ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସ୍କୁଲ୍ ଏବଂ କଲେଜ ପ୍ରବେଶ ଅନୁମତି ମିଳୁନଥିବାରୁ ସେମାନେ ଏହାର ଜୋରଦାର ବିରୋଧ କରିଛନ୍ତି । ବିବାଦ ବଢ଼ିବାରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସରକାର କଲେଜ ୟୁନିଫର୍ମକୁ ବାଧ୍ୟତାମୂଳକ କରିଛନ୍ତି । ଇତି ମଧ୍ୟରେ କିଛି ହିନ୍ଦୁ ଛାତ୍ର ଦେହରେ ଗେରୁଆ ସାଲ୍ ପକାଇ କଲେଜ୍ ଯିବା ଆରମ୍ଭ କରିଛନ୍ତି । କୁଣ୍ଡାପୁର ଏବଂ ଉଡ଼ୁପି ଜିଲ୍ଲାର ଛାତ୍ର ଛାତ୍ରୀମାନେ ସେମାନଙ୍କ ସ୍କୁଲ୍ ୟୁନିଫର୍ମ ଉପରେ ଗେରୁଆ ସ୍କାର୍ଭ ପକାଇ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିବା ଭିଡିଓ ଜାରି ହୋଇଛି । ଅନ୍ୟ ଏକ ଭିଡିଓରେ ମୁସଲିମ ଛାତ୍ରୀମ।।ନେ ସେମାନଙ୍କ ୟୁନିଫର୍ମ୍ ଉପରେ ହିଜାବ୍ ପିନ୍ଧିଥିବା ଦେଖିବାକୁ ମିଳିଛି । କର୍ଣ୍ଣାଟକ ଗୃହ ମନ୍ତ୍ରୀ ଏ. ଜ୍ଞାନେନ୍ଦ୍ର କହିଛନ୍ତି, ଛାତ୍ରୀମାନେ ସ୍କୁଲ୍ରେ ହିଜାବ କିମ୍ବା ଗେରୁଆ ସ୍କାର୍ଭ ପକାଇବା ଉଚିତ ନୁହେଁ । ତେବେ ହିଜାବ ପିନ୍ଧିବାକୁ ନେଇ ଆନ୍ଦୋଳନ ବଢ଼ୁଥିବା ବେଳେ ରାଜ୍ୟ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ସବୁ ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ନିୟମ ଲାଗୁ ରହିବ ଏବଂ ଅନ୍ୟ ଅତିରିକ୍ତ ପରିଧାନକୁ ନିଷିଦ୍ଧ କରାଯାଇଛି । ଉକ୍ତ ପ୍ରସଙ୍ଗରେ ହାଇକୋର୍ଟ ରାୟ ଆସିବା ପର୍ଯ୍ୟନ୍ତ ସବୁ କଲେଜରେ ବର୍ତ୍ତମାନ ଜାରି ରହିଥିବା ୟୁନିଫର୍ମ ବ୍ୟବସ୍ଥା ଜାରି ରହିବ ବୋଲି ସରକାର କହିଛନ୍ତି । କର୍ଣ୍ଣାଟକରେ କିଛି ମୁସଲିମ ଛାତ୍ରୀ ହିଜାବ ପିନ୍ଧି ସ୍କୁଲ୍ ଏବଂ କଲେଜ୍ ଯିବା ବିସୟକୁ ନେଇ ବିବାଦ ହୋଇଛି । ଉଡ଼ୁପି କଲେଜ୍ରୁ ପ୍ରଥମେ ଏହି ବିବାଦ ଆରମ୍ଭ ହୋଇ ଜିଲ୍ଲାର ଅନ୍ୟ ସ୍କୁଲ୍ମାନଙ୍କରେ ପହଞ୍ଚିଛି । କୁଣ୍ଡପୁରାରେ ଏକ ସରକାରୀ କଲେଜ୍ରେ ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କୁ କଲେଜ ମଧ୍ୟକୁ ପ୍ରବେଶ ଅନୁମତି ମିଳିଲାନି । ମୁସଲିମ ଛାତ୍ରୀ ହିଜାବ୍ ପିନ୍ଧିବାକୁ ବିରୋଧ କରି କିଛି ହିନ୍ଦୁ ଛାତ୍ର ବିଶେଷ କରି ବାଳଳମାନେ ଗେରୁ୍ଆ ରଙ୍ଗର ସାଲ୍ ପକାଇଁ କଲେଜ୍ ଆସିଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବାପରେ ମାମଲା ହାଇକୋର୍ଟରେ ପହଞ୍ଚିଛି ।