ଗଞ୍ଜାମ :ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ କଲେଜରେ ଛୁରାମାଡ଼ । ଜଣେ ଯୁକ୍ତ ୩ କଲେଜ ଛାତ୍ରଙ୍କ ଛୁରାମାଡ଼ରେ ୩ ଜଣ ଅଣଛାତ୍ର ଆହତ ହୋଇଛନ୍ତି । ୩ ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ଅଭିଯୁକ୍ତ ମେଘେନା ପାହାନ ଫେରାର ହୋଇଯାଇଛନ୍ତି । ପ୍ରେମ ଜନିତ କାରଣରୁ ଏଭଳି ଘଟିଥିବା ଜଣାପଡ଼ିଛି । ମେଘନାଙ୍କୁ ମାଡ଼ ମାରିବାକୁ କଲେଜ ପଡ଼ିଆରେ ଜଗି ରହିଥିଲେ ୩ ଅଣଛାତ୍ର । ମେଘେନା ପାହାନ ପରୀକ୍ଷା ଦେବାକୁ କଲେଜ ଆସିବା ବେଳେ ବଚସା ହୋଇଥିଲା । ପରେ ମେଘନା ବ୍ୟାଗରୁ ଛୁରି କାଢ଼ି ସେଥିରେ ୩ଜଣଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।