କୋଲକାତା: କୋଇଲା ଚୋରାଚାଲାଣ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ଭାଉଜ ମେନକା ଗମ୍ଭୀରଙ୍କୁ ପୁଣି ସମନ ଜାରି କରାଯାଇଛି ।
ସେପ୍ଟେମ୍ବର ୨ରେ ଅଭିଷେକଙ୍କୁ କୋଲକାତାସ୍ଥିତ ଇଡି କାର୍ଯ୍ୟାଳୟ ଏବଂ େସେପ୍ଟେମ୍ବର ୫ରେ ମେନକାଙ୍କୁ ନୂଆଦିଲ୍ଲୀସ୍ଥ କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ ନିର୍ଦ୍ଦେଶ ଦିଆଯାଇଛି । ଇତିପୂର୍ବରୁ ସିବିଆଇ ପକ୍ଷରୁ ଉଭୟ ଅଭିଷେକ ଓ ମେନକାଙ୍କୁ ଏହି ମାମଲାରେ ଜେରା କରାଯାଇସାରିଛି । ସୂଚନାଯୋଗ୍ୟ ଦିଲ୍ଲୀ ପରିବର୍ତ୍ତେ କୋଲକାତାରେ ହାଜର ହେବାକୁ ମେନକା ଇତିମଧ୍ୟରେ କୋଲକାତା ହାଇକୋର୍ଟଙ୍କ ଅନୁମତି ଲୋଡିଛନ୍ତି ।