20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶକୋଚିଂ ସେଣ୍ଟରଗୁଡିକ ପାଲଟିଗଲାଣି ଡେଥ୍ ଚାମ୍ବର: ସୁପ୍ରିମକୋର୍ଟ

କୋଚିଂ ସେଣ୍ଟରଗୁଡିକ ପାଲଟିଗଲାଣି ଡେଥ୍ ଚାମ୍ବର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରୀଛାତ୍ରଙ୍କ ମାମଲା ସୁପ୍ରିମକୋର୍ଟ ସୋମବାର କଡ଼ା ମନୋଭାବ ଦେଖାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଜୀବନ ସହ କୋଚିଂ ସେଣ୍ଟର ଖେଳୁଛି । କୋଚିଂ ପ୍ରତିଷ୍ଠାନଗୁଡିକରେ ଅଗ୍ନି ନିରାପତ୍ତା ନିୟମ ପାଳନ କରିବା ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ କୋଚିଂ ସେଣ୍ଟର ଫେଡେରେସନ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଫେଡେରେଶନର ଆବେଦନ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କୋର୍ଟ ଏହା ଉପରେ ୧ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେଇଛନ୍ତି ।

ସୁପ୍ରିମକୋର୍ଟ ଏକ ଦୃଢ ମନ୍ତବ୍ୟ ଦେଇ କହିଛନ୍ତି, କୋଚିଂ ସେଣ୍ଟରଗୁଡିକ ଡେଥ୍ ଚାମ୍ବର ପରିଣତ ହୋଇଛି । ଏହାକୁ କେବଳ ଅନଲାଇନରେ ଚଳାଇବା ଭଲ ହେବ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଘଟିଥିବା ଏହି ଘଟଣା ଆଖି ଖୋଲିଦେବା ଭଳି । ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି, ଦିଲ୍ଲୀ ସରକାର କିମ୍ବା କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କ’ଣ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଆମେ ଜାଣି ନାହୁଁ । କୋଚିଂ ସେଣ୍ଟରରେ ପଢୁଥିବା କିଛି ଛାତ୍ରଙ୍କ ଜୀବନହାନୀ ହେବା ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଏହି ଘଟଣା ସମସ୍ତଙ୍କ ପାଇଁ ଆଖି ଖୋଲିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking