ଉତ୍ତର ପ୍ରଦେଶ: ବଦଳିପାରେ ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାର ନାଁ। ଏ ନେଇ ସଙ୍କେତ ଦେଇଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ଆଦିତ୍ୟନାଥ ସରକାର ଇତି ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାର ନାଁ ବଦଳାଇ ସାରିଛନ୍ତି। ରବିବାର ଦିନ ଯୋଗୀ ଦିନେଶ ଲାଲ ଯାଦବ ନିରହୁଆଙ୍କ ଲାଗି ଲୋକସଭା ନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା ବେଳେ ଆଜମଗଡ଼ର ନାଁ ବଦଳାଇବାକୁ ସଙ୍କେତ ଦେଇଛନ୍ତି। ଗତ ବର୍ଷ ନଭେମ୍ବର ମାସ ଭଳି ଯୋଗୀ ଆଦିତ୍ୟନାଥ ଏଥରକ ମଧ୍ୟ ନାଁ ବଦଳାଇବାକୁ ସଙ୍କେତ ଦେଇଛନ୍ତି। ଦିନେଶ ଲାଲ ଯାଦବ ନିରହୁଆଙ୍କ ପାଇଁ ପ୍ରଚାର କରିବାକୁ ଆଜମଗଡ଼ ପହଞ୍ଚି ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଜମଗଡ଼କୁ ଆର୍ଯ୍ୟମଗଡ କରିବା ପ୍ରକ୍ରିୟା ସହ ଯୋଡ଼ି ହେବାକୁ ଆପଣଙ୍କ ନିକଟକୁ ସୁଯୋଗ ଆସିଛି। ସେ କହିଛନ୍ତି, ରାଜ୍ୟବାସୀ ୪ ଥର ବସପା ଓ ତିନି ଥର ସପାକୁ ସରକାର ଗାଦିରେ ବସାଇଛନ୍ତି। କିନ୍ତୁ ସପା ଓ ବସପା ଆଜମଗଡ଼ର ଜନତାଙ୍କୁ ଧୋକା ଦେଇଛନ୍ତି। ଆଜମଗଡ଼କୁ ବିକାଶ ମାଧ୍ୟମରେ ଆର୍ଯ୍ୟମଗଡ ତିଆରି କରିବା ପ୍ରକ୍ରିୟା ସହ ଯୋଡ଼ିବାକୁ ଆସିଛି।
आजमगढ़ को आर्यमगढ़ बनाने की प्रक्रिया के साथ जुड़ने का अवसर आपके पास आया है।
चूकिएगा मत! pic.twitter.com/7E4nS4udjk
— Yogi Adityanath (@myogiadityanath) June 19, 2022