26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୧୬ ବର୍ଷରେ ମୁସଲିମ୍ ଯୁବତୀଙ୍କୁ ବିବାହ ଅନୁମତି

୧୬ ବର୍ଷରେ ମୁସଲିମ୍ ଯୁବତୀଙ୍କୁ ବିବାହ ଅନୁମତି

ନୂଆଦିଲ୍ଲୀ: ୧୬ ବର୍ଷରେ ବିବାହ କରି ପାରିବେ ମୁସଲିମ୍ ଯୁବତୀ । ଭାରତୀୟ ସମ୍ବିଧାନ ଅନୁଯାୟୀ ମୁସଲିମ୍ ଯୁବତୀ ୧୮ବର୍ଷ ପରିବର୍ତ୍ତେ ୧୬ ବର୍ଷରେ ମଧ୍ୟ ବିବାହ ବୟସ ଉପଯୋଗୀ ହୋଇ ପାରିବେ । ଏକ ମୁସଲିମ୍ ଦମ୍ପତିଙ୍କୁ ସୁରକ୍ଷା ଦେଇ ସୋମବାର ଏମିତି ଏକ ରାୟ ଶୁଣାଇଛନ୍ତି ପଂଜାବ ଓ ହରିୟାଣା ହାଇକୋର୍ଟ । କୋର୍ଟଙ୍କ ରାୟ ଅନୁଯାୟୀ ଜଣେ ୧୬ ବର୍ଷର ମୁସଲିମ୍ ଯୁବତୀ ନିଜ ଇଛାରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଉପଯୁକ୍ତ । ଜଷ୍ଟିସ ଜସଜିତ୍ ସିଂହ ବେଦିଙ୍କ ଏକ ଜଣିଆ ଖଣ୍ଡପୀଠ ପଠାନ୍  କୋର୍ଟର ଏକ ମୁସଲିମ୍ ଦମ୍ପତିଙ୍କ ସୁରକ୍ଷା ଆବେଦନର ଶୁଣାଣି କରି ଏମିତି ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି । ଯୁବତୀ ଜଣଙ୍କ ତାଙ୍କ ପରିବାର ଇଛା ବିରୋଧରେ ବିବାହ କରିଥିଲେ ବି ତାଙ୍କୁ ତାଙ୍କ ମୌଳିକ ଅଧିକାରରୁ କେହି ବଂଚିତ କରି ପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି ।ଜଷ୍ଟିସ ବେଦି ନିଜ ରାୟରେ ଶୁଣାଇଛନ୍ତି ‘ଇସଲାମିକ୍ ଶରିଆ ରୁଲ’ ଅନୁଯାୟୀ, ମୁସଲିମ୍ ଯୁବତୀଙ୍କ ବିବାହ ‘ମୁଲସିମ୍ ପର୍ସୋନାଲ ଲ’ ଦ୍ବାରା ହିଁ ହୋଇଥାଏ। “ଦିନଶାହ ଫର୍ଦୁନଜି ମୁଲ୍ଲାଙ୍କ‘ପ୍ରିନ୍ସିପୁଲ ଅଫ୍ ମହମ୍ମଦାନ୍ ଲ’ ପୁସ୍ତକର ଧାରା ୧୯୫ ଅନୁଯାୟୀ ୨ ନମ୍ବର ଆବେଦନକାରୀ ଯୁବତୀ ୧୬ ବର୍ଷରୁ ଅଧିକ ବୟସ୍କ। ତେଣୁ ସେ ନିଜ ଇଛାରେ ବିବାହ ବନ୍ଧନରେ ବାନ୍ଧି ହୋଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking