21.1 C
Bhubaneswar
Saturday, February 14, 2026
Homeଓଡିଶାବ୍ୟାସ ସରୋବରର ନବୀକରଣର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବ୍ୟାସ ସରୋବରର ନବୀକରଣର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ୟାସ ସରୋବରର ନବୀକରଣର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମହର୍ଷି ବ୍ୟାସଦେବଙ୍କ ଏଠି ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ୱାସ କରାଯାଏ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପବିତ୍ର ପୀଠ ବ୍ୟାସଦେବଙ୍କ ପରମ ଭକ୍ତ ଓ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ ରୂପେ ପରିଚିତ। ଏହି ସ୍ଥାନରେ ମହର୍ଷି ବ୍ୟାସ ଓ ଭକ୍ତ ରାଘବଜୀଉଙ୍କୁ ଏକାଠି ପୂଜା କରାଯିବାର ଏକ ନିଆରା ପରମ୍ପରା ରହିଛି। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବି ନାରାୟଣ ବେହେରା, ବିଝାଂରପୁର ବିଧାୟକ, ପ୍ରମିଳା ମଲ୍ଲିକ, କୋରେଇ ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁ, ଯାଜପୁର ବିଧାୟକ ସୁଜାତା ସାହୁ, ଯାଜପୁର ଜିଲ୍ଲା ପରିଷଦ ନଳିନୀପ୍ରଭା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking