29.1 C
Bhubaneswar
Thursday, April 24, 2025
Homeଓଡିଶାଟ୍ରକ୍‌ ଧକ୍କାରେ ବାପ-ପୁଅ ମୃତ

ଟ୍ରକ୍‌ ଧକ୍କାରେ ବାପ-ପୁଅ ମୃତ

କଟକ: କଟକ ଶିଖରପୁର ଅଞ୍ଚଳର ଜାତୀୟ ରାଜପଥରେ ଦୁର୍ଘଟଣାରେ ବାପ ଏବଂ ପୁଅଙ୍କର ଉଡ଼ିଗଲା ପ୍ରାଣବାୟୁ ।ସୂଚନା ମୁତାବକ, ଶିଖରପୁର ଅଞ୍ଚଳର ଜାତୀୟ ରାଜପଥରେ ଏକ ପରିବାର ବାଇକ୍‌ରେ ଯାତ୍ରା କରୁଥିଲା । ବାଇକ୍‌ରେ ସ୍ଵାମୀ ସ୍ତ୍ରୀ ଓ ତାଙ୍କର ୫ ବର୍ଷର ପୁଅ କେନ୍ଦ୍ରାପଡ଼ାରୁ କଟକ ଆସୁଥିଲେ । ଏହି ସମୟରେ ବାଇକ୍‌ଟିକୁ ଧକ୍କା ଦେଇଥିଲା ଟ୍ରକ୍‌ । ଟ୍ରକ୍‌ଟି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିଲା । ଦୁର୍ଘଟଣାରେ ବାପ ପୁଅ ଅତି ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ । ଏହା ଦେଖି ସ୍ଥନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ଅତି ଗୁରୁତର ଅବସ୍ଥାରେ ଦୁହିଁଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ଫେରାର ଥିବା ଡ୍ରାଇଭରକୁ ଖୋଜି ଘଟଣାର ତଦନ୍ତ ଚଳାଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking