17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା : ମାଟି ତଳେ ଚାପି ହୋଇଗଲେ ଏକାଧିକ ଲୋକ

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା : ମାଟି ତଳେ ଚାପି ହୋଇଗଲେ ଏକାଧିକ ଲୋକ

ନୈନିତାଲ : ଉତ୍ତରାଖଣ୍ଡର ନୈନିତାଲରେ ବାଦଲ ଫଟା ବର୍ଷା। ରବିବାରଠାରୁ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ସେଠ‌ାରେ ଏବେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ସ୍କୁଲ ବନ୍ଦ ରଖାଯିବା ସହ ଯାତ୍ରୀମାନଙ୍କୁ ଆସିବାକୁ ବାରଣ କରାଯାଇଛି। ଆଜି ହୋଇଥିବା ବାଦଲ ଫଟା ବର୍ଷା ପାଇଁ ମାଟି ଅତଡ଼ା ଖସିବାରୁ ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିବ‌ା ନେଇ ଜଣାପଡ଼ିଛି। ଏନେଇ ଖବର ମିଳିବା ପରେ ପୋଲିସ ଟିମ୍ ଏବଂ ପ୍ରଶାସନ ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପାଇଁ ସୋମବାର ନେପାଳର ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାରୁ ରବିବାର ସୁଦ୍ଧା ହରିଦ୍ୱାର ଏବଂ ଋଷିକେଶରେ ପହଞ୍ଚିଥିବା ତୀର୍ଥଯାତ୍ରୀମାନଙ୍କୁ ପାଗ ଭଲ ନହେବା ପର୍ଯ୍ୟନ୍ତ ହିମାଳୟ ମନ୍ଦିରକୁ ନ ଯିବାକୁ କୁହାଯାଇଛି। ଉତ୍ତରାଖଣ୍ଡ ସମେତ କେରଳରେ ମଧ୍ୟ ବର୍ଷା ତାଣ୍ଡବ ରଚିଛି। ପ୍ରାୟ ୪୧ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ବନ୍ୟା ପରିସ୍ଥିିତି ସୃଷ୍ଟି ହେବା ନେଇ ହାଇ ଆଲର୍ଟ ଜାରି କରାଯାଇଛି। ବର୍ଷା ନକମିଲେ ସ୍ଥିତି ଆହୁରି ବିଗିଡ଼ିବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking